ବାଲିଗୁଡ଼ା, (ବି.ବି.ନୁ୍ୟଜ): କୋଟଗଡ଼ ଥାନା ଅଧୀନ ମଦାଙ୍ଗି- କୋଟଗଡ଼ ସୁବର୍ଣ୍ଣପୁର ନିକଟ ରାସ୍ତା କଡ଼ରେ ଥିବା ଏକ ଗଛକୁ ଗୋଟିଏ ବାଇକ୍ ପିଟି ହୋଇଛି । ଫଳରେ ବାଇକ୍ ଚାଳକଙ୍କ ମୃତୁ୍ୟ ହୋଇଛି । ମୃତକ ମଦାଙ୍ଗି ଗାଁ ମାଙ୍କଡ଼ାଖାଡ଼ିର ଲକେ ସିଂଘା ମାଝୀ(୫୦) ବୋଲି ଜଣାପଡ଼ିଛି । ସେ ଆଜି ଅପରାହ୍ନ ସାଢେ଼ ୨ଟା ସମୟରେ ଘରୁ ଏକ ବାଇକ୍ ( ଓଡି୧୮ଜି-୮୪୮୫) ଯୋଗେ ବାହାରିଥିଲେ । ହେଲେ ଘରଠାରୁ ମାତ୍ର ୫ଶହ ମିଟର ଦୂରରେ ସୁବର୍ଣ୍ଣଗିରି ରାସ୍ତାକଡ଼ରେ ଥିବା ଏକ ଗଛରେ ଭାରସାମ୍ୟ ହରାଇ ପିଟି ହୋଇ ଯାଇଥିଲେ ।
Comments are closed, but trackbacks and pingbacks are open.