ଗଞ୍ଜେଇ ଜବତ, ୩ ଗିରଫ

Get real time updates directly on you device, subscribe now.

ବାଲିଗୁଡ଼ା, (ବି.ବି.ନୁ୍ୟଜ): କ.ନୂଆଗାଁ ପୁଲିସ ମଙ୍ଗଳବାର ୨୯ କିଲୋ ୬ ଗ୍ରାମ ଗଞ୍ଜେଇ ଜବତ କରିଛି । ଏହାସହ ୩ଜଣ ଗଞ୍ଜେଇ ମାଫିଆକୁ ଗିରଫ କରିଛି ପୁଲିସ । କ.ନୂଆଗାଁ ଥାନାଧିକାରୀ ଶ୍ରୀନିବାସ ସାମଲଙ୍କ ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ପୁଲିସ ଦାରିଙ୍ଗବାଡ଼ି ଛକ ନିକଟରେ ବସ୍ତ ଧରି ଛିଡ଼ା ହୋଇଥିବା ତିନିଜଣ ଯୁବକଙ୍କୁ ଧରିଥିଲା । ଏମାନଙ୍କୁ ଧରି ଥାନାକୁ ଆଣି ତଦନ୍ତ ଆରମ୍ଭ କରିଛି । ଗିରଫ ଯୁବକମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ପଳାଶୁଣିର ଲାଲମୋହନ ତିରିଆ(୩୧), କୁଆଖିଆର ଏସ୍କେ କଲିମ୍(୩୦) ଏବଂ ଅନ୍ୟଜଣେ ଗୋଚ୍ଛାପଡ଼ା ଅଞ୍ଚଳର ରଜିତ ଦିଗାଲ ବୋଲି ଜଣାପଡ଼ିଛି । ଏହି ଘଟଣାରେ ପୁଲିସ ୨୪/୨୦୨୧ରେ ଏକ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons