ବାଲିଗୁଡ଼ା, (ବି.ବି.ନ୍ୟୁଜ୍): ବାଲିଗୁଡ଼ା ପୁଲିସ ଗଞ୍ଜେଇ ଚୋରାଚାଲଣ ବେଳେ ଚଢ଼ଉ କରି ୩ ଜଣଙ୍କୁ ଗିରଫ କରିଛି । ଏହସାହ ସେମାନଙ୍କ ଠାରୁ ୧୪ କିଲୋ ୮ଶହ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ଗିରଫ ହୋଇଥିବା ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ପୁଲିସ ସୂଚନା ଅନୁଯାୟୀ, ସୋମବାର ବାରଖମା ରେବିଙ୍ଗିଆ ରାସ୍ତାର ଗ୍ୟାସ୍ ଡିପୋ ଛକରେ ଏକ ବାଇକ୍କୁ ଅଟକାଇ ବାଲିଗୁଡ଼ା ପୁଲିସ ଯାଞ୍ଚ କରିଥିଲା । ଚେକିଂ ବେଳେ ବାଇକ୍ରେ ଯାଉଥିବା ୩ଜଣଙ୍କ ଠାରୁ ଗଞ୍ଜେଇ ଜବତ କରାଯାଇଥିଲା । ପରେ ବାଇକ୍ରେ ବସିଥିବା ୩ଜଣଙ୍କୁ ପୁଲିସ ଗିରଫ କରିଥିଲା । ସେମାନଙ୍କ ଠାରୁ ଜବତ ହୋଇଥିବା ଗଞ୍ଜେଇର ଓଜନ ୧୪ କିଲୋ ୮ଶହ ଗ୍ରାମ ବୋଲି ପୁଲିସ କହିଛି । ଗିରଫମାନେ ହେଲେ ସୁରଥ ମଳିକ, ପୁଲୁଙ୍ଗା ମଳିକ ଓ ସମ୍ଭୁନାଥ ମଳିକ । ଏମାନଙ୍କ ଘର ରେବିଙ୍ଗିଆ ପଞ୍ଚାୟତର ଦୁଲୁକିଆ ଗ୍ରାମରେ ବୋଲି ଜଣାପଡ଼ିଛି । ଏମାନଙ୍କ ଠାରୁ ଏକ ବାଇକ୍ ଜବତ କରାଯାଇଛି । ବାଲିଗୁଡ଼ା ଥାନାରେ ଏ ନେଇ ୧୦୨/୧୯ରେ ମାମମଲା ରୁଜୁ ହୋଇଥିବା ଥାନା ଆଇଆଇସି ପ୍ରସାନ୍ତ କୁମାର ବେହେରା କହିଛନ୍ତି ।
Comments are closed, but trackbacks and pingbacks are open.