ଗଞ୍ଜେଇ ବୋଝେଇ ଗାଡି ଜବତ, ୨ ଜଣ ଗିରଫ

Get real time updates directly on you device, subscribe now.

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗର ଚଢାଉ ଦୁଇ ଜଣ ଗଞ୍ଜେଇ ବେବାରୀ ଗିରଫ । ବାହାରକୁ ଗଞ୍ଜେଇ ଚୋରାଚାଲଣ ହେଉଥିବା ଅବକାରୀ ବିଭାଗ ଚଢାଉ କରିଛି । ସୁବର୍ଣ୍ଣପୁର ସହରକୁ ଏକ ଅଲ୍ଟୋ ଗାଡିରେ ଗଞ୍ଜେଇ ଆସୁଥିବା ନେଇ ଖବର ପାଇଥିଲା ବିଭାଗ । ଚଢାଉ ବେଳେ ଗଞ୍ଜେଇ ବୋଝେଇ ଗାଡି ଜବତ କରିବା ସହ ୨ ଜଣକୁ ଗିରଫ କରାଯାଇଛି । ଦୁଇ ଗଞ୍ଜେଇ ବେପାରୀ କନ୍ଧମାଳ ଜିଲ୍ଲାର ଦୂର ଅମାତ ଓ ପ୍ରକାଶ କଅଁର ।ଏମାନଙ୍କ ପାଖରୁ ୧୮ କେଜିରୁ ଅଧିକ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ଦୁଇ ବେପାରୀଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି । ଏହି ଗଞ୍ଜେଇ ବୌଦ୍ଧ ଜିଲ୍ଲା ଶଗଡା ଅଞ୍ଚଳରୁ ସୁବର୍ଣ୍ଣପୁର ଦେଇ ବଲାଙ୍ଗୀରକୁ ଚାଲାଣ କରାଯାଉଥିଲା ବିଭାଗର ଇନ୍ସପେକ୍ଟର ପ୍ରଶାନ୍ତ କଅଁରଙ୍କ ନେତୃତ୍ବରେ ଏକ ଟିମ୍ ସୁବର୍ଣ୍ଣପୁରର କୁଞ୍ଜ ହୋଟଲ ନିକଟରେ ଚଢାଉ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons