ଗଞ୍ଜେଇ ସହ ବୋଲେରୋ ଜବତ:ଛେଣ୍ଡିପଦାର ଯୁବକ ଗିରଫ

Get real time updates directly on you device, subscribe now.

ଫୁଲବାଣୀ,(ବି.ବି.ନ୍ୟୁଜ୍): କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ଗଡିଆପଡ଼ା ଘାଟିରୁ ପୁଲିସ ଏକ ବୋଲେରୋ ସହ ୫୧ କେଜି ୭୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଗତକାଲି ଅପରାହ୍ନ ୨ଟା ବେଳେ ପୁଲିସ ଟିମ୍ ପାଟ୍ରୋଲିଂ କରୁଥିବା ବେଳେ ଏକ ବୋଲେରୋ (ଓଆର ୦୫ଏୟୁ ୩୬୬୭) ଉପରେ ସନ୍ଦେହ କରି ଚଢ଼ଉ କରିଥିଲେ । ଗାଡ଼ିରୁ ଗଞ୍ଜେଇ ଜବତ କରିବା ସହ ଡ୍ରାଇଭର ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ଦାଶରଥୀ ମହାପାତ୍ରଙ୍କୁ ଗିରଫ କରିଛି । ଅଭିଯୁକ୍ତ ବିରୋଧରେ ୬୩/୧୯ ମାମଲା ରୁଜୁ ପରେ ତାକୁ ଆଜି କୋର୍ଟ ଚାଲାଣ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons