କଟକ:ରାଜ୍ୟରେ ଲୁଟ ଓ ଦୁର୍ବୃତ୍ତଙ୍କ ଉତ୍ପାତ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ପୁଣି ଏକ ଘଟଣା ସାମ୍ନାକୁ ଆସିଛି । ଗତ କାଲି କଟକ ସିଡିଏ ସେକ୍ଟର ୬ର ସ୍ଥିତ ଏକ ଗହଣା ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ କରିବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରି ପୁଲିସକୁ ହସ୍ତାନ୍ତର କରିଛନ୍ତି ।
ଗତକାଲି ରାତି ପ୍ରାୟ ୯ଟାରେ ୩ ଜଣ ଦୁର୍ବୃତ୍ତ ଦୋକାନକୁ ଆସି କିଣିବା ବାହାନାରେ ଗହଣା ଦେଖିଥିଲେ । ଏହି ସମୟରେ ଦୋକାନ ବାହାରେ ଏକ କାର୍ରେ ଆଉ ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ଅପେକ୍ଷା କରିଥିଲେ । ଦୋକାନକୁ ପ୍ରବେଶ କରିଥିବା ଦୁର୍ବୃତ୍ତମାନେ ବନ୍ଧୁକ ଓ ଛୁରୀ ଦେଖାଇ ଦୋକାନ ମାଲିକଙ୍କୁ ଭୟଭୀତ କରାଇ ଗହଣା ସବୁ ନେଇ କାର୍ରେ ଫେରାର ହୋଇଥିଲେ । ହେଲେ ସେମାନଙ୍କ ମଧ୍ୟରୁ ଜଣେ ଦୁର୍ବୃତ୍ତ ଫେରାର ହେବାରେ ସକ୍ଷମ ହୋଇ ପାରି ନଥିଲା । ତାକୁ ସ୍ଥାନୀୟ ଲୋକେ କାବୁ କରି ନିସ୍ତୁକ ମାଡ ମାରିବା ପରେ ମର୍କତ ନଗର ଥାନାରେ ପୁଲିସ୍ ଜିମା ଦେଇଛନ୍ତି ।
Comments are closed, but trackbacks and pingbacks are open.