ଗାନ୍ଧି ସବୁ ସମସ୍ୟା ସମାଧାନର ଭାରତୀୟ ସୂତ୍ର: ରାଜ୍ୟପାଳ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମହାତ୍ମା ଗାନ୍ଧୀ ହେଉଛନ୍ତି, ପୃଥିବୀର ସକଳ ସମସ୍ୟା ସମାଧାନର ଭାରତୀୟ ସୂତ୍ର । ସେ ମଣିଷକୁ ଭଲ ଭାବେ ଅଧ୍ୟୟନ ଓ ଅନୁଧ୍ୟାନ କରିଥିଲେ । ଭାରତୀୟ ଆଧ୍ୟାତ୍ମିକତା ଓ ଆଦର୍ଶବୋଧ ତାଙ୍କ ଚିନ୍ତା ଓ ଚେତନାର ମୂଳ ଆଧାର ଥିଲା । ଗାନ୍ଧୀ ଉଭୟ ଦରିଦ୍ର ଓ ସତ୍ୟନାରାୟଣଙ୍କ ପୂଜାରୀ ଥିଲେ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କହିଛନ୍ତି ।
ଆଜି ଉକ୍ରଳ ବିଶ୍ୱବିଦ୍ୟାଳୟରେ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମବାର୍ଷିକ ଅବସରରେ ‘ମହାତ୍ମା ଗାନ୍ଧୀ ମେମୋରିଆଲ୍ ପାର୍କ’ ବା ‘ଅହିଂସା ସ୍ଥଳ’କୁ ଉଦ୍ଘାଟିତ କରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କହିଛନ୍ତି, ମହାତ୍ମା ଗାନ୍ଧୀ ଅର୍ଥଶାସ୍ତ୍ର ଓ ନୀତିଶାସ୍ତ୍ରର ପ୍ରୟୋଗାତ୍ମକ ଦିଗ ସମ୍ପର୍କରେ ନିଜର ମତ ସ୍ପଷ୍ଟ ଉପସ୍ଥାପନ କରିଛନ୍ତି । ଅର୍ଥଶାସ୍ତ୍ର ଓ ନୀତିଶାସ୍ତ୍ର ମଧ୍ୟରେ ସମନ୍ୱୟ ରହିଲେ ଅନେକ ସାମାଜିକ ବୈଷମ୍ୟ ଓ ଅସନ୍ତୁଳନ ଦୂର ହୋଇପାରିବ ।
କାର୍ଯ୍ୟକ୍ରମ ସମ୍ମାନିତ ଅତିଥି ରାଜ୍ୟପାଳଙ୍କ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ ଗାନ୍ଧୀବାଦର ଚିର ପ୍ରାସଙ୍ଗିକତା ସମ୍ପର୍କରେ ଆଲୋଚନା କରିଥିଲେ । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଗାନ୍ଧିଜୀଙ୍କ ଦର୍ଶନର ସାର୍ବଜନୀନତା ଓ ସାର୍ବକାଳୀନତା ବିଷୟରେ କହିଥିଲେ । ଅର୍ଥନୀତି ବିଭାଗ ଅଧ୍ୟାପିକା ଡ. ମିତାଲି ଚିନ୍ନାରା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ପିଜି କାଉନସିଲ୍ ଅଧ୍ୟକ୍ଷା ସବିତା ଆଚାର୍ଯ୍ୟ, କୁଳସଚିବ ଦୟାନିଧି ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଶାନ୍ତି ପାଠ୍ୟକ୍ରମ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଛାତ୍ରଛାତ୍ରୀମାନେ ମହାତ୍ମା ଗାନ୍ଧୀଙ୍କ ବିବାଦରେ ଗବେଷଣା କରିବେ । ଅପରାହ୍ଣରେ ଗ୍ରାମାଞ୍ଚଳ ବିକାଶରେ ମହାତ୍ମାଙ୍କ ଆଭିମୁଖ୍ୟ ସମ୍ପର୍କରେ ଅନ୍ତର୍ଜାତୀୟ ସମ୍ମିଳନୀ ଉଦ୍ଘାଟିତ ହୋଇଥିଲା । ସକାଳେ ପ୍ରଭାତ ପରିକ୍ରମା କରାଯିବା ସହ କ୍ୟାମ୍ପସ୍ ସଫେଇ ହୋଇଥିଲା । ୮ଟାରୁ ୯ଟା ଫିଟ୍ ଇଣ୍ଡିଆ ମୁଭ୍ମେଣ୍ଟ ଆଣ୍ଡ ପ୍ଲଗିଂ ରନ୍ ଆୟୋଜିତ ହେବା ସହ ୧୫୦ ଜଣ ଛାତ୍ରଛାତ୍ରୀ ଗାନ୍ଧୀଜିଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସନ୍ଧ୍ୟାରେ ୧୫୦ ଜଣ ଛାତ୍ରଛାତ୍ରୀ ମହମବତୀ ଜାଳିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons