ଗାମୁଛାରେ ବେକ ଚିପି ହତ୍ୟା: ୩ ଗିରଫ

Get real time updates directly on you device, subscribe now.

ସୋରଡ଼ା,(ବି.ବି.ନୁ୍ୟଜ): ସୋରଡ଼ା ଥାନା ଅନ୍ତର୍ଗତ ବଜରଗୁମା ନିକଟ ଏକ ଜମିରୁ ଜଣେ ମହିଳାଙ୍କ ଦରପୋଡ଼ା ମୃତଦେହ ଗତ ୪ ତାରିଖରେ ପୁଲିସ ଠାବ କରିଥିଲା । ୨୦ ଦିନ ପରେ ସୋରଡ଼ା ପୁଲିସ ହତ୍ୟା ଘଟଣାର ପର୍ଦ୍ଧାଫାସ୍ କରିଛି । ଏହି ଘଟଣାରେ ତିନି ଜଣଙ୍କୁ ପୁଲିସ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ମୀପୁର ଗ୍ରାମର ସୀମାଞ୍ଚଳ ନାଇକଙ୍କ ସମେତ ତାଙ୍କୁ ସହଯୋଗ କରିଥିବା ଅଭିଯୋଗରେ ଜଗା ନାଇକ ଓ ରଞ୍ଜନ ଜେନାଙ୍କୁ ଗିରଫ କରାଯାଇଛି । ଆଜି ସୋରଡ଼ା ଥାନାରେ ଏଏସ୍ପି ଏକ ପ୍ରେସ୍ମିଟ୍ କରି ଘଟଣା ବିଷୟରେ ଜଣାଇଛନ୍ତି ।
ଅର୍ଧଦଗ୍ଧ ମହିଳା ଜଣଙ୍କ ଲକ୍ଷ୍ମୀପୁର ଗ୍ରାମର ଅର୍ଚ୍ଚନା ନାଇକ । ସେ ବିବାହିତ । ତାଙ୍କର ଦୁଇଟି ସନ୍ତାନ ଅଛନ୍ତ । କିଛି ମାସ ତଳେ ସେହି ଗ୍ରାମର ଦୂର ସମ୍ପର୍କୀୟ ଦିଅର ସିମାଞ୍ଚଳଙ୍କ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟ ଗତ ଏପ୍ରିଲରେ ଗାଁ ଛାଡ଼ି ୱେଶ୍ଟ ବେଙ୍ଗଲ ଦୁର୍ଗାପୁରରେ ରହୁଥିଲେ । ସେଠାରେ ଅର୍ଚ୍ଚନା ଗର୍ଭବତୀ ହୋଇଥିଲେ । କିଛିଦିନ ତଳେ ନିଜ ପିଲାଙ୍କ ସହିତ ଅର୍ଚ୍ଚନା କଥାହୋଇ ଗ୍ରାମକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ । ଏନେଇ ପ୍ରେମିକ ସିମାଞ୍ଚଳ ସହ ଗତ ୧ ତାରିଖରେ ଗାଁକୁ ଫେରିଥିଲେ । ଫେରିବା ବାଟରେ ଝଗଡ଼ା ହୋଇଥିଲା । ରାସ୍ତାରେ ସିମାଞ୍ଚଳ ଅର୍ଚ୍ଚନାଙ୍କ ବେକକୁ ଗାମୁଛାରେ ଚିପି ହତ୍ୟା କରିଥିବା ସ୍ୱିକାର କରିଛି । ପରେ ସେଠାରୁ ଟେକି ନେଇ ଏକ ଜମିରେ ପକାଇ ଦେଇଥିଲା । ସିମାଞ୍ଚଳ ନିଜ ସମ୍ପର୍କୀୟ ଜାଗା ନାଇକ, ରଞ୍ଜନ ଜେନାଙ୍କ ସହାୟତାରେ କିରାସିନ ଢାଳି ପୋଡି ଫିଙ୍ଗି ଚାଲିଗଲେ । ବହୁ ଚେଷ୍ଟା କରି ସୋରଡା ଥାନା ଅଧିକାରୀ ଜାଗା ଏବଂ ରଞ୍ଜନଙ୍କୁ ପଚରା ଉଚରା କରିବା ପରେ ସିମାଞ୍ଚଳଙ୍କୁ ଧରିଥିଲେ । ଆଜି ତିନି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ପ୍ରେସ୍ମିଟ୍ରେ ଏସ୍ପି ବିଜୟ କୁମାର ମଲ୍ଲିକ, ଆସିକା ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ, ସୋରଡା ଆଇଆଇସି ରମେଶ ଚନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons