ନୀଳଗିରି,(ବି.ବି.ନ୍ୟୁଜ୍): ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଟାଟା ଏସଇ ଓଲଟିି ୨ଜଣଙ୍କ ପ୍ରାଣ ଯାଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି । ଘଟଣା ଘଟିଛି ସକାଳ ୮ଟା ୪୫ରେ । ଦୁଇ ମୃତକ ହେଲେ ନୀଳଗିରି ବ୍ଲକ ତେଣ୍ଡା ଅଞ୍ଚଳର ଗୁରୁବାରୀ ସିଂ ଓ ନମିତା ସିଂ । ଗୁରୁତରମାନେ ହେଲେ ନୁଡ଼ିମଣୀ ସିଂ, ନୁଧା ସିଂ, ମାନମଣୀ ସିଂ, ଶ୍ୟାମ ସିଂ, ସୋମବାରୀ ସିଂ । କାହାଳିଆ ଗ୍ରାମରେ ପକ୍କାଘର ଛାତ ପକାଇବାକୁ ସଜନାଗଡ଼ ତେଣ୍ଡା ଅଞ୍ଚଳର ଶୁକୁରା ସିଂ ନାମକ ମିସ୍ତ୍ରୀ ମିକ୍ସଚର ମେସିନ ସହ ଶ୍ରମିକ ନେଇ ଏକ ଟାଟା ଏସଇ ଗାଡ଼ିରେ ଆସୁଥିଲେ । ସେରଗଡ଼- ଉଦଳା ରାସ୍ତା ପାନବରଜ ନିକଟରେ ଭାରସାମ୍ୟ ହରାଇ ଗାଡ଼ିଟି ପାଲଟି ଯାଇଥିଲା । ଫଳରେ ମିକ୍ସଚର ମେସିନ ତଳେ ଚାପି ହୋଇ ୨ ଶ୍ରମିକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଥିଲେ । ରାସ୍ତା ମଝିରେ ଦୁର୍ଘଟଣା ଘଟିଥିବାରୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।
Comments are closed, but trackbacks and pingbacks are open.