ଗୁଣି ସନେ୍ଦହ:କଙ୍ଗାରୁକୋର୍ଟର୍ ଦ୍ୱାରା ୪ ପରିବାର ବିତାଡ଼ିତ

Get real time updates directly on you device, subscribe now.

ଚିତ୍ରକୋଣ୍ଡା,(ବି.ବି.ନୁ୍ୟଜ୍): ପୁଣି ଗୁଣି ସନେ୍ଦହ । ଗାଁରେ ବସିଲା କଙ୍ଗାରୁକୋର୍ଟ । ନିଷ୍ପତ୍ତି ଅନୁସାରେ ତଡ଼ି ଦିଆଗଲା ୪ ପରିବାରକୁ । ଗାଁ ନଛାଡିଲେ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଥିଲା । ଏଥିରେ ଭୟଭୀତ ହୋଇ ଶେଷରେ ଭିଟାମାଟି ଛାଡ଼ିଛନ୍ତି ୪ ପରିବାରର ୨୦ ସଦସ୍ୟ । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ଗାଜୁଲମାମୁଡିି ପଞ୍ଚାୟତରେ । ବିତାଡିତ ପରିବାର ଲୋକେ ଘରର ବାସନକୁସନ, ଲୁଗାପଟା ଏବଂ ଗ୍ୟାସ୍ ସିଲିଣ୍ଡର ଇତ୍ୟାଦି ବିଭିନ୍ନ ସାମଗ୍ରୀ ଧରି ତୋଟାଗୁଡ଼ା ଗାଁରେ ପହଞ୍ଚିଥିଲେ । ମୋଟର ଲଞ୍ଚ ସାହାଯ୍ୟରେ ସେଠାରୁ ଆଲମପକ୍କା ଆସି ଚିତ୍ରକୋଣ୍ଡା ସଦର ମହକୁମାରେ ପହଞ୍ଚିଛନ୍ତି । ଦାବିି କରିଛନ୍ତି ପ୍ରଶାସନ ଏଥିରେ ତୁରନ୍ତ ହସ୍ତକ୍ଷେପ କରୁ । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁÂାନ ସହ ସେମାନଙ୍କୁ ନ୍ୟାୟ ପ୍ରଦାନ କରାଯାଉ ।
ଚିତ୍ରକୋଣ୍ଡାରେ ପହଞ୍ଚିଥିବା ୪ ପରିବାରର ସଦସ୍ୟମାନେ ଅଭିଯୋଗ କରିଛନ୍ତି ଯେ, ଦୁଇଦିନ ତଳେ ତୋଟାଗୁଡା ଗାଁକୁ ୮ଟି ଗାଁର ଲୋକେ ଆସିଥିଲେ । ଗ୍ରାମବାସୀଙ୍କ ଉପସ୍ଥିତିିରେ ବସିଥିଲା କଙ୍ଗାରୁ କୋର୍ଟ । ଏଥିରେ କୌଣସି ନିଷ୍କର୍ସ ବାହାରି ନପାରିବାରୁ ସେମାନଙ୍କୁ ଗାଁ ଛାଡ଼ିବାକୁ କୁହାଯାଇଥିଲା । ଅନ୍ୟ ଉପାୟ ନପାଇ ଘରଦ୍ୱାର, ସମ୍ପତ୍ତି, ଜମି, ଗୋରୁଗାଈ, ଆସବାବପତ୍ର ସବୁକିଛି ଛାଡ଼ିଦେଇ ଜୀବନ ବଞ୍ଚାଇବା ଲାଗି ଏଠାକୁ ଆସିବାକୁ ପଡ଼ିଲା ବୋଲି କହିଛନ୍ତି ବାସୁ ଖିଲ, ସୁତି ଖିଲ, ବିଶୁନାଥ ଖିଲ, ବିଙ୍ଗୁ ଗୋଲରୀ, ସୋଲାଇ ଖିଲ, ସୀତାମା ଗୋଲରୀ, କାନ୍ତାମା ଗୋଲରୀ ପ୍ରମୁଖ । କରୋନା ସମୟରେ କେଉଁଠିକୁ ଯିବେ, କ’ଣ ଖାଇବେ, କେମିତି ବଞ୍ଚିବେ-ବୁଦ୍ଧିବାଟ ପାଉନାହାନ୍ତି । ୨୦ ସଦସ୍ୟଙ୍କ ମୁହଁରେ କେମିତି ଦୁଇଓଳି ଆହାର ଯୋଗାଇବେ ବୋଲି କହି କାନ୍ଦି ପକାଇଥିଲେ । ବିତାଡ଼ିତ ହୋଇଥିବା ବିଶ୍ୱନାଥ କହିଛନ୍ତି, ୬ମାସ ପୂର୍ବରୁ ଗାଁରେ ୮ଟି ଗାଁର ମୁଖିଆଙ୍କ ଉପସ୍ଥିତିରେ ତାଙ୍କୁ ଅପମାନିତ କରାଯାଇଥିଲା । ସେ ଗୁଣି କରୁଥିବା ଏବଂ ଗୁଣି ସାମଗ୍ରୀ ରଖିଥିବା ଅଭିଯୋଗ କରି ଘରେ ଖାନତଲାସୀ କରିଥିଲେ । କିନ୍ତୁ ସେଭଳି କୌଣସି ଜିନିଷ ମିଳିନଥିଲା । ଏହାପରେ ଗାଁ ଲୋକେ ୬ମାସ ସମୟ ମାଗିଥିଲେ । ୬ମାସ ମଧ୍ୟରେ ସେମାନେ ତାଙ୍କୁ ଗୁଣିଆ ବୋଲି ପ୍ରମାଣ କରିବାକୁ ବାରମ୍ବାର ଚେଷ୍ଟା କରି ବିଫଳ ହେବାରୁ ଶେଷରେ ହତ୍ୟା ଧକମ ଦେଇଥିଲେ । ପ୍ରାଣ ବଞ୍ଚାଇବା ପାଇଁ ସେ ଓ ଅନ୍ୟ ୩ପରିବାର ଶନିବାର ଗାଁ ଛାଡି ଚାଲିଆସିଥିବା କହିଛନ୍ତି ।
ବେସାହାରା ହୋଇ ସେମାନେ ଆଜି ଚିତ୍ରକୋଣ୍ଡା ଲଞ୍ଚଘାଟରେ ପହଞ୍ଚିଛନ୍ତି । ଜିଲ୍ଲା ପ୍ରଶାସନ ସେମାନଙ୍କୁ ସହାୟତା ନକଲେ ମରିଯିବେ ବୋଲି କୋହଭରା କଣ୍ଠରେ କହିଛନ୍ତି । ଗାଁରୁ ଆସିବା ସମୟରେ ସେମାନଙ୍କୁ ବିଶେଷ କିଛି ଜିନିଷପତ୍ର ଦିଆଯାଇନଥିଲା । ଗାଁର ୫/୬ ଜଣ ଖଳପ୍ରକୃତିର ଲୋକ ସେମାନଙ୍କ ଜମି ଉପରେ ଲୋଲୁପ ଦୃଷ୍ଟି ପକାଇ ଏଭଳି ଚକ୍ରାନ୍ତ କରିଥିବା ବିତାଡିତ ପରିବାର ଅଭିଯୋଗ କରିଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଏଦିଗରେ ଦୃଷ୍ଟି ଦେଇ ଯୁଦ୍ଧକାଳୀନ ଭିତ୍ତିରେ ସମାଧାନର ରାସ୍ତା ବାହାର କରିବାକୁ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons