ଗୁରୁଦ୍ୱାର ଭିତରେ ସୁଇପରଙ୍କ ଶବ: ଗୁପ୍ତାଙ୍ଗ କାଟି ହତ୍ୟା

Get real time updates directly on you device, subscribe now.

ଭୁବନେଶ୍ୱର,(ବିବି.ବ୍ୟୁରୋ): ୟୁନିଟ୍-୩ରେ ଥିବା ଗୁରୁଦ୍ୱାର ଭିତରୁ ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହକୁ ଖାରବେଳନଗର ଥାନା ପୋଲିସ ଗୁରୁବାର ଜବତ କରିଛି । ମୃତ ଯୁବକ ହେଲେ ଖାରବେଳନଗର ଥାନା ଅଧିନ ହରିଜନବସ୍ତିରେ ରହୁଥିବା ସୁବାଷ ନାୟକ(୨୯) ସୁବାସ ଗୁରୁଦ୍ୱାରରେ ସୁଇପର ଭାବେ କାମ କରୁଥିଲେ । ତାଙ୍କ ଗୁପ୍ତାଙ୍ଗକୁ ଦୁର୍ବୃତ୍ତମାନେ କାଟି ଅତି ବିଭତ୍ସ ଭାବେ ହତ୍ୟା କରିଛନ୍ତି । ଖାରବେଳନଗର ଥାନା ପୋଲିସ ସାଇଣ୍ଟିଫିକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ମୃତ ସୁବାଷଙ୍କ ପକେଟରୁ ଏକ ଚିଠି ମିଳିବା ଘଟଣାକୁ ରହସ୍ୟବୃତ୍ତ କରିଛି । ସେ ପାଠ ପଢ଼ିନଥିବା ବେଳେ ତାଙ୍କ ପକେଟରୁ କିପିର ହିନ୍ଦି ଭାଷାରେ ଲେଖାଥିବା ଚିଠି ମିଳିଲା ବୋଲି ପ୍ରଶ୍ନ ଉଠିଛି । ଏହି ଘଟଣା ଜଣାପଡିବା ପରେ ଗୁରୁଦ୍ୱାର ସମ୍ମୁଖରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଯୋଜନାବଦ୍ଧ ଭାବେ ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଓ ସମ୍ପର୍କୀୟମାନେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଅନ୍ୟପଟେ ତୁରନ୍ତ ହତ୍ୟାକାରୀଙ୍କୁ ଗିରଫ କରିବାକୁ ଦାବି କରି ଉପରୋକ୍ତ ବସ୍ତି ଲୋକ ହୋହାଲ୍ଲା କରିଥିଲେ । ହତ୍ୟାକାରୀକୁ ଗିରଫ କରିବା ସହ ମୃତକ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରି ବସ୍ତି ଲୋକ ଜନପଥକୁ ଅବରୋଧ କରିଥିଲେ । ମୃତକ ପରିବାରକୁ ୫୦ଲକ୍ଷ ଟଙ୍କା ଦେଲେ ରାସ୍ତାରୁ ଉଠିବୁ ବୋଲି ଅଡିବସିଥିଲେ । ଫଳରେ ଉଭୟପାଶ୍ୱର୍ରୁ ଯାତାୟତ କରୁଥିବା ଗାଡ଼ି ମୋଟର ଅଟକି ରହିଥିଲଶ । ବିକ୍ଷୋଭକାରୀମାନେ ରାସ୍ତାରେ ପଥର ଓ ଇଟ୍ଟା ରଖି ରାସ୍ତା ଅବରୋଧ କରିଥିଲେ । ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବାକୁ ପୋଲିସ ନାକେଦମ ହୋଇଥିଲା । ତେବେ ବୁଝାସୁଝା କରିବା ପରେ ଲୋକେ ରାସ୍ତାରୁ ହଟିଥିଲେ । ସୂଚନାଯୋଗ୍ୟ, ହରିଜନବସତିରେ ସୁବାଷ ପରିବାର ସହ ରହୁଥିଲେ । ମୃତ ସୁବାଷଙ୍କ ବାପା ଦିନ ମଜୁରିଆ କାମ କରୁଥିବା ବେଳେ ସେ ଗୁରୁଦ୍ୱାରରେ ସୁଇପର ଭାବେ କାମ କରି ନିଜ ଗୁଜୁରାଣ ମେଣ୍ଟାଉଥିଲେ । ସବୁଦିନ ଭଳି ଗୁୁରୁବାର ସେ କାମକୁ ଯାଇଥିଲେ । ଆଉ ଘରକୁ ଫେରିନଥିଲେ । କାମୋର ସେ ବ୍ୟସତ ରହିଥିବା ପରିବାର ଲୋକ ଭାବିଥିଲେ । ହେଲେ ଗୁରୁଦ୍ୱାରର ଏକ ରୁମ୍ ଅଧା ବନ୍ଦ ରହିଥିବା ମୃତ ସୁବାଷଙ୍କ ଜଣେ ସାଙ୍ଗ ଦେଖିଥିଲେ । ସନ୍ଦେହ ହେବାରୁ ସେ ରୁମ୍ ଭିତରକୁ ପଶି ଦେଖିବା ବେଳକୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ସୁବାଷ ଝୁଲୁଥିଲେ । ଏ ସଂକ୍ରାନ୍ତରେ ସେ ଅନ୍ୟ କର୍ମଚାରୀଙ୍କୁ ଜଣାଇବା ସହ ଖାରବେଳନଗର ଥାନା ପୋଲିସକୁ ଖବର ଦେଇଥିଲେ । ଖାରବେଳନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା । ଏହି ଖବର ପ୍ରଚାରିତ ହେବା ମାତ୍ରେ ହରିଜନବସ୍ତିର ଶତାଧିକ ଯୁବକ, ମହିଳା ଓ ମୃତକଙ୍କ ପରିବାର ଲୋକ ପହଞ୍ଚି ପାଟିତୁଣ୍ଡ କରିବା ସହ ସୁବାଷଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ । ଆନ୍ଦୋଳନକାରୀ ଯୁବକମାନଙ୍କୁ ଧାନା ଅଧିକାରୀ ଓ ଜୋନ୍ ଏସିପି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons