ଗୋରୁଚାଲାଣ ଟ୍ରକ୍‌ ଓଲଟି ୨୫ ଗାଈ ମୃତ

Get real time updates directly on you device, subscribe now.

ଜଳେଶ୍ୱର: ଗୋରୁଚାଲାଣ ଟ୍ରକ୍‌ ଓଲଟି ୨୫ ଗାଈ ମୃତ । ୬ ନମ୍ବର ଜାତୀୟ ରାଜପଥରେ ଥିବା ବାଲେଶ୍ୱର ଜିଲ୍ଲାର ନନ୍ଦିକା ଗ୍ରାମ ନିକଟରେ ଆଜି ଭୋର ସାଢେ ୫ଟା ବେଳେ ପାଖାପାଖି ୫୦ରୁ ୬୦ ଗାଈ ନେଇ ଏକ ଟ୍ରକ୍‌ କୋଲକାତାକୁ ଯାଉଥିଲା। ଟ୍ରକ୍‌ ଟି ରାସ୍ତା କଡରେ ଓଲଟି ଯିବା ଫଳରେ ଦୁର୍ଘଟଣା ଗ୍ରସ୍ତ ହେଲା। ଏଥିରେ ୨୦ ରୁ ୨୫ ଜଣ ଗାଈଙ୍କର ମୃତ୍ୟୁ ଆଶଙ୍କା କରାଯାଉଛି। ଗାଈଗୁଡିକ ଚାପି ହୋଇ ମରିଥିବାର ସୂଚନା ମିଳିଛି।
ଡ୍ରାଇଭର ଓ ହେଲପର ଫେରାର୍‌ ହୋଇଥିବାର ସୂଚନା ମିଳିଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ୍‌ (OR01-M-4158)କୁ ଜବତ କରିଛି। ଅନ୍ୟ ଗାଈମାନଙ୍କୁ ଲୋକେ ପଳାଇଛନ୍ତି। ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons