ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

Get real time updates directly on you device, subscribe now.

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ କଳା ପଲସର୍‌ ଆତଙ୍କ । ବନ୍ଧୁକ ଦେଖାଇ ଝାମ୍ପିନେଲେ ୧ ଲକ୍ଷ ୭୬ ହଜାର ଟଙ୍କା । ତଣ୍ଡିମୁଣ୍ଡା ଛକ ନିକଟରେ ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କଠାରୁ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ । ୩ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଟଙ୍କା ଝାମ୍ପି ନେଇଛନ୍ତି । କମାକ୍ଷାନଗର ସ୍ଥିତ ନିଜ ଘରୁ ଟଙ୍କା ନେଇ ବାଟଗାଁ ସେବାକେନ୍ଦ୍ରକୁ ଯାଉଥିବା ବେଳେ ସେ ଲୁଟ୍ ର ଶୀକାର ହୋଇଛନ୍ତି । ଲୁଟ୍ ନେଇ ଥାନାରେ ଅଭିଯୋଗ କରିଛନ୍ତି ଗ୍ରାହକ ସେବାକେନ୍ଦ୍ରର ମାଲିକ । ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ହେଲେ ଏପର‌୍ୟ୍ୟନ୍ତ ଲୁଟେରାମାନଙ୍କର ପତ୍ତା ମିଳିନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons