ଗ୍ୟାସ୍ ଟାଙ୍କି ଫାଟି ଘରେ ଲାଗିଲା ନିଅାଁ

Get real time updates directly on you device, subscribe now.

ଭବାନୀପାଟଣା,(ବି.ବି.ନୁ୍ୟଜ୍): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍ ଝାକରପଡ଼ା ଗାଁରେ ଗ୍ୟାସ୍ ଟାଙ୍କି ଫାଟି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ସୌଭାଗ୍ୟବଶତଃ ଏଥିରେ କେହି ହତାହତ ହୋଇ ନଥିବାବେଳେ ବ୍ୟାପକ ସାମଗ୍ରୀ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି ।
ସୂଚନାମତେ, ଝାକରପଡ଼ାର କୃଷ୍ଣଚନ୍ଦ୍ର ବିଷୋଇଙ୍କ ଘରେ ଆଜି କୌଣସି କାରଣରୁ ଗ୍ୟାସ୍ରେ ନିଅାଁ ଲାଗି ଯାଇଥିଲା । ଫଳରେ ଟାଙ୍କି ଫାଟି ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏଥିରେ ଶ୍ରୀ ବିଷୋୟୀଙ୍କ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଅାଁକୁ ଆୟତ୍ତ କରିଥିଲେ । ଫଳରେ ନିଅାଁ ଅନ୍ୟ ଘରକୁ ବ୍ୟାପି ପାରି ନଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons