ଗ୍ୟାସ୍ ବୋଝେଇ ଟ୍ୟାଙ୍କର ସହ ବସ୍ର ମୁହାଁମୁହିଁ ଧକ୍କା

Get real time updates directly on you device, subscribe now.

ଅନୁଗୁଳ,(ବି.ବି.ନୁ୍ୟଜ୍):ପଶ୍ଚିମବଙ୍ଗର କିଛି ଲୋକଙ୍କୁ ନେଇ ମୁମ୍ବାଇରୁ ଆସୁଥିବା ଏକ ବସ୍ ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ଲୁହାମୁଣ୍ଡା ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ଦୁର୍ଘଯଣା ଗ୍ରସ୍ତ ହୋଇଛି । ମଙ୍ଗଳବାର ସକାଳ ପ୍ରାୟ ୭ଟା ବେଳେ ବସ୍ଟିର ଏକ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଟ୍ୟାଙ୍କର ଡ୍ରାଇଭର ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ସେହିପରି ବସ୍ରେ ମୋଟ ୨୭ ଜଣ ଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତ ରହିଛି । ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ୨୪ ଜଣ ଯାତ୍ରୀଙ୍କୁ ନେଇ ଏହି ବସ୍ଟି ମୁମ୍ବାଇରୁ ଆସୁଥିଲା । ବସ୍ରେ ଦୁଇ ଜଣ ଡ୍ରାିଭର ଓ ଜଣେ ହେଲ୍ପର୍ ଥିଲେ । ୨୪ ଯାତ୍ରୀଙ୍କ ମଧ୍ୟରୁ କିଛି କ୍ୟାନସର ରୋଗୀ ଥିଲେ, ଯେଉଁମାନେ ମୁମ୍ବାଇର ଟାଟା ମେମୋରିଆ କ୍ୟାନ୍ସର ହସ୍ପିଟାଲରେ ଚିକିତ୍ସିତ ହୋଇ ପେରୁଥିଲେ । ସେମାନଙ୍କ ସହିତ ସେମାନଙ୍କ ସଂପର୍କୀୟମାନେ ବି ଥିଲେ । ଲକ୍ଡାଉନ୍ ଯୋଗୁ ସେମାନେ ସେଠାରେଫସି ଯାଇଥିଲେ । ତେଣୁ ଏକାଠି ହୋଇ ବସ୍ ଭଡ଼ା କରି ନିଜ ରାଜ୍ୟ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା ବେଳେ ଦୁର୍ଘଯଣାର ସମ୍ମୁଖୀନ ହୋଇଥିଲେ । ୧୨ ଆହତଙ୍କ ମଧ୍ୟରୁ ୧୦ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ୨ ଗୁରୁତରଙ୍କୁ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ହଣ୍ଡପା ପୋଲିସ ଘଟଣାସ୍ଥଳରେ ପହଞ୍ଚô ଆହତଙ୍କୁ ଉଦ୍ଧାର କରିବା ସହିତ ଡାକ୍ତରଖାନା ପଠାଇଥିଲା । ପୋଲିସ ଘଟଣାର ତଦନ୍ତ କରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons