ଆନନ୍ଦପୁର: ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗି ଶାଶୁ- ବୋହୂ ଉଭୟଙ୍କ ମୃତ୍ୟୁ ହୋଇଛି। ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ସମ୍ମୁଖ ଷ୍ଟେଟ୍ ବ୍ୟାଙ୍କ ଶାଖା ପଛପଟ କଲୋନୀରେ ଏହି ଅଭାବନୀୟ ଘଟଣା ଘଟିଛି। ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗି ଶାଶୁ- ବୋହୂ ଉଭୟ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମୃତ ହେଲେ ବିନୋଦ ଦାଶଙ୍କ ସ୍ତ୍ରୀ କାନନ ଓ ବୋହୂ ସୁନିତା। ଚା ତିଆରି ପାଇଁ ଶାଶୁ କାନନ ଦିଆସିଲି ମାରିବା ବେଳେ ହଠାତ୍ ନିଆଁ ଜଳି ଉଠିଥିଲା।
ଏହି ନିଆଁ ତାଙ୍କ ଦେହରେ ମାଡି ଯାଇଥିଲା।ଏହି ସମୟରେ ଶାଶୁଙ୍କୁ ଉଦ୍ଧାର କରିବାକୁ ବୋହୂ ସୁନିତା ଧାଇଁ ଆସିଥିଲେ। ସେ ମଧ୍ୟ ଗୁରୁତର ହୋଇଯାଇଥିଲେ। ପରିବାର ଲୋକେ ଉଭୟଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଉଭୟଙ୍କ ଶରୀରର ୮୦ ପ୍ରତିଶତ ପୋଡି ଯାଇଥିଲା।
Comments are closed, but trackbacks and pingbacks are open.