ନୂଆଦିଲ୍ଲୀ: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହେବାରେ ଲାଗିଛି । ଗୁରୁବାର ସକାଳେ ଏହା ଏକ ୱାଲମାର୍ଗ ଲୋପ୍ରେସରରେ ପରିଣତ ହୋଇ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଛି । ଅର୍ଥାତ୍ ଗତ ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିଛି ବୋଲି ହକିଛନ୍ତି ଆଇଏମ୍ଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର । ଏହାବ୍ୟତୀତ ଆଇଏମ୍ଡି ଡିଜି କହିଛଡ଼୍ତି, ଆମେ ଅନୁମାନ କରୁଛୁ ଯେ, ଉତ୍ତର -ପଶ୍ଚିମ ଦିଗରେ ଏହା ଗତି ଜାରି ରଖିବା ଏବଂ ଧୀରେ ଧୀରେ ଘନୀଭୂତ ହୋଇ ଶୁକ୍ରବାର ଅର୍ଥାତ୍ ୧୫ ତାରିଖରେ ଡିପ୍ରେସନର ରୂପ ନେବା ୧୬ ତାରିଖ ସନ୍ଧ୍ୟାରେ ଏହା ସାଇକ୍ଲୋନିକ୍ ତଥା ବାତ୍ୟାରେ ପରିଣତ ହୋଇପାରେ । ୧୭ ତାରିଖ ଯାଏ ଉତ୍ତର-ପଶ୍ଚିମ ଦିଗରେ ଗତି ଜାରି ରହିବ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରୁ ଧୀରେ ଧୀରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଗତି କରିବ । ଆଉ ତା’ପରେ ଦିଗ ପରିବର୍ତ୍ତନ ହୋଇ ଉତ୍ତର- ଉତ୍ତର ପୂର୍ବ ଦିଗକୁ ଗତି କରବ । ୧୮ରୁ ୧୯ ତାରିଖ ଭିତରେ ଏହା ଏଭଳି ଗତି କରି ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ । ଏହାର ପ୍ରଭାବରେ ୧୮ଓ୧୯ ତାରିଖରେ ଉତ୍ତର ବଙ୍ଗୋପସାଗର ଅଶାନ୍ତ ହେବ । ଧୀରେ ଧୀରେ ସେଠାରେ ପବନ ବଢ଼ିବାରେ ଲାଗିବ । ତେଣୁ ମତ୍ସ୍ୟଜୀବୀଙ୍କୁ ବିଶେଷ ସତର୍କ ସୂଚନା ଦିଆଯାଇଛି । ସେ ଆହୁରି କହିଛନ୍ତି, ଶୁକ୍ରବାର ଏହା ଡିପ୍ରେସନରେ ପରିଣତ ହେଲାପରେ ଏହାର ନିର୍ଦ୍ଧିଷ୍ଟ ଗତିପଥର ପୂର୍ବାନୁମାନ କରିବୁ । ସେହି ଅନୁସାରେ ଉପକୂଳ ନିକଟରେ ପହଞ୍ଚିଲେ ତାର ତୀବ୍ରତା କେତେ ରହିବ ତାର ମଧ୍ୟ ପୂର୍ବାନୁମାନ କରିବୁ । ଏହାର ପ୍ରଭାବରେ ୧୮ ଓ ୧୯ ତାରିଖରେ ଓଡ଼ିଶା ନିକଟସ୍ଥ ଉତ୍ତର ବଙ୍ଗୋପସାଗର ଅଶାନ୍ତ ରହିବ ।
Comments are closed, but trackbacks and pingbacks are open.