ଘରେ ପଶି ହୋଟେଲ ବ୍ୟବସାୟୀଙ୍କୁ ହତ୍ୟା

Get real time updates directly on you device, subscribe now.

ରାଉରକେଲା,(ବି.ବି.ନୁ୍ୟଜ): ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ଅନ୍ତର୍ଗତ ଡିଏଭି ଲେନ୍ ଅଞ୍ଚଳରେ ହୋଟେଲ ମାଲିକ ତଥା ବ୍ୟବସାୟୀ ସଜନ ମିତ୍ତଲଙ୍କୁ କିଛି ଅଜଣା ଦୁର୍ବୃତ୍ତ ହତ୍ୟା କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ସଜନ ହୋଟେଲରୁ ନିଜ ବାସଭବନକୁ ଯାଉଥିବା ବେଳେ ଘର ବାରଣ୍ଡାରେ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ବିଳମ୍ବିତ ରାତି ପ୍ରାୟ ଦେଢ଼ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ଘଟିଥିଲା । ଲୁହାରଡ଼ରେ ପିଟି ତାଙ୍କୁ ହତ୍ୟା କରାଯାଇଥିବା ସନେ୍ଦହ କରାଯାଉଛି । ମୃତୁ୍ୟର କାରଣ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ପୂର୍ବ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ସନେ୍ଦହ କରାଯାଉଛି । ପ୍ଲାଣ୍ଟସାଇଟ୍ ଥାନା ପୁଲିସ୍ ସମେତ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚô ତଦନ୍ତ କରିଥିଲେ । ପୁଲିସ୍ ଟିମ୍ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିଲା । ରାଉରକେଲା ଏସ୍ପି ମୁକେଶ ଭାମୋ ମଧ୍ୟ ଘଟଣାସ୍ଥଳରେ ପହଞ୍ଚô ମୃତକଙ୍କ ପରିବାର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ । ସହରର ଜଣେ ପ୍ରତିÂିତ ବ୍ୟବସାୟୀ ଭାବେ ଜଣାଶୁଣା ସଜନ ମିତ୍ତଲ । ହୋଟେଲ ‘ବସେରା’ର ସେ ମାଲିକ । ହୋଟେଲରୁ ଡିଏଭି ଲେନ୍ସ୍ଥିତ ନିଜ ଘରକୁ ଆକ୍ଟିଭା ଯୋଗେ ଫେରିଥିଲେ । ଗେଟ୍ ଖୋଲି ଘର ଭିତରକୁ ଯାଉଥିବା ବେଳେ ପଛରୁ ଦୁଇ ଜଣ ଦୁର୍ବୃତ୍ତ ହଠାତ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons