ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଗୁଜୁରାଟ୍ର କଚ୍ରେ ହେଉଥିବା ରନ୍ ଫେଷ୍ଟିଭାଲ ଭଳି ଓଡିଶାରେ ବି ହେବ ମେଗା ପର୍ଯ୍ୟଟନ ଉତ୍ସବ । ଯାହାକି ଏକ ମାସ ଧରି ଚାଲିବ । ଚନ୍ଦ୍ରଭାଗା ବେଳାଭୂମିରେ ହେବାକୁ ଥିବା ଏହି ଉତ୍ସବ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ମାଷ୍ଟର୍ ପ୍ଲାନ୍ ପ୍ରସ୍ତୁତ କରି ସାରିଛି । କୁମ୍ବମେଳା ଓ ରନ୍ ଅଫ୍ କଚ୍ର ଦାୟିତ୍ୱ ନେଇଥିବା ଲାଲୁଜି ଆଣ୍ଡ ସନ୍ସକୁ ଏହି କାର୍ଯ୍ୟକ୍ରମର ଦାୟିତ୍ୱ ଦିଆଯାଇଛି ।
ଚଳିତ ବର୍ଷ ଶେଷ ସପ୍ତାହରେ କିମ୍ବା ଜାନୁୟାରୀ ପ୍ରଥମ ସପ୍ତାହରେ ଏହି ମେଗା ଉତ୍ସବ ଅନୁÂିତ ହେବ । ଏଥିପାଇଁ ଚନ୍ଦ୍ରଭାଗା ବେଳାଭୂମିରେ ଏକ କିଲୋମିଟର ଲମ୍ବାର ଏକ ଟ୍ରେଞ୍ଚ ଚିହ୍ନଟ କରାଯାଇଛି । ଯେଉଁଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ୪୦ଟି ଅସ୍ଥାୟୀ ଟେଣ୍ଟ ହାଉସ୍ କରାଯିବ । ଏକ ମାସ ଧରି ପର୍ଯ୍ୟଟକ ଏହି ଟେଣ୍ଟ ହାଉସ୍ରେ ରହିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇ ପାରିବେ । ଏଥିପାଇଁ ବିଭିନ୍ନ ଟୁର୍ ଅପରେଟର୍ ସଂସ୍ଥା ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟୁର୍ ପ୍ୟାକେଜ୍ର ବ୍ୟବସ୍ଥା କରାଯିବ । ଟେଣ୍ଟ ହାଉସ୍ଗୁଡିକରେ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ଆନୁସଙ୍ଗିକ ସୁବିଧା କରାଯାଉଥିବା ବେଳେ ବିଭିନ୍ନ ପ୍ରକାର ୱାଟର ସ୍ପୋର୍ଟସ୍ର ବ୍ୟବସ୍ଥା କରାଯିବ । ଏହି ସମୟରେ ସର୍ଫି ଫେଷ୍ଟିଭାଲ୍ ମଧ୍ୟ କରାଯିବାକୁ ପର୍ଯ୍ୟଟନ ବିଭାଗ ନିଷ୍ପତ୍ତି ନେଇଛି । ତାଛଡା ଦିବସ ବ୍ୟାପି ଏଠାରେ ସ୍କେଟିଂ, ପାରାସେଲିଂ, ପାରାକ୍ଲାଇଡିଂ, ୱାକ୍ ଇନ୍ ୱାଟର, ୱାକ୍ ଇନ୍ ପ୍ୟାଡେଲ, ଯୋଗ, ପେଣ୍ଟିଂ, ଚଳଚ୍ଚିତ୍ର ଉତ୍ସବ ଆଦି ଛୋଟ ଛୋଟ କାର୍ଯ୍ୟକ୍ରମ କରାଯିବ । ପ୍ରତିଦିନ ସନ୍ଧ୍ୟାରେ ମନୋରଞ୍ଜନ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାକୁ ମଧ୍ୟ ଯୋଜନା କରାଯାଇଛି । ଓଡିଶୀଠାରୁ ଆରମ୍ଭ କରି ରକ୍ ମୁ୍ୟଜିକ୍ୟାଏଁ ପୁଣି କାୟାକିଂଠାରୁ ଆଡଭେଞ୍ଚର ସ୍ପୋର୍ଟସ୍ର ସମସ୍ତ ବ୍ୟବସ୍ଥା ଏଠାରେ କରାଯିବ । ପ୍ରାୟ ୫୦ ଏକର ସ୍ଥାନରେ ଆୟୋଜିତ ହେବ ଏହି ମେଗା ଇଭେଣ୍ଟ । ପାର୍କିଂ, ଫୁଡକୋର୍ଟ, ଥିଏଟର୍, ମୁ୍ୟଜିକ୍, ଡାନ୍ସ, ସ୍ପୋର୍ଟସ୍ ସବୁ ପାଇଁ ଭିନ୍ନ ଭିନ୍ନ ସ୍ଥାନ ଚିହ୍ନ କରାଯିବ । କୋଣାର୍କ ସ୍ୟାଣ୍ଡ ରିସୋର୍ଟ, ରାମଚଣ୍ଡୀ, ଚନ୍ଦ୍ରଭାଗା ବେଳାଭୂମି, ମେରାଇନ୍ ଡ୍ରାଇଭ୍, ଏଏସ୍ଆଇ ମୁ୍ୟଜିୟମ୍ ନିକଟରେ କିଛି ଜାଗାକୁ ଏହି ଉତ୍ସବ ପାଇଁ ଚିହ୍ନଟ କରାଯାଇଛି ।
ଏ ବାବଦରେ ରାଜ୍ୟ ପର୍ଯ୍ୟଟନ ବିଭାଗ ସଚିବ ବିଶାଲ ଦେବ କହିଛନ୍ତି ଯଦିଓ ଏନେଇ ଚୂଡାନ୍ତ ତାରିଖ ପ୍ରକାଶ ପାଇନି ତଥାପି ଆସନ୍ତା ସପ୍ତାହ ବେଳକୁ ଏହା ସ୍ପଷ୍ଟ ହୋଇଯିବ । ଏଥିପାଇଁ ଚୂଡାନ୍ତ ବ୍ୟୟ ଅଟକଳ ବି କରାଯାଇନି । ତେବେ ଆନୁସଙ୍ଗିକ ଭାବେ ପ୍ରଥମ ବୈଠକ ସରିଛି । ଯେଉଁଥିରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ସମେତ ପର୍ଯ୍ୟଟନ ବିଭାଗର ବରିÂ ଅଧିକାରୀମାନେ ଉପସ୍ଥିତ ଥିଲେ । ଆସନ୍ତା ଏକ ସପ୍ତାହ ଭିତରେ ଉତ୍ସବର ଚୂଡାନ୍ତ ରୂପରେଖ ଆସିବ । ଥରେ ତାରିଖ ଘୋଷଣା ହେଲା ପରେ ଆମେ ଏହି ଉତ୍ସବ ପାଇଁ ଦାୟିତ୍ୱ ନେଇଥିବା ସଂସ୍ଥାକୁ କାମ ଆରମ୍ଭ କରିବାକୁ ନିଦେ୍ର୍ଧଶ ଦିଆଯିବ ।
Comments are closed, but trackbacks and pingbacks are open.