ଚଳନ୍ତା ଅଟୋରେ ଗଛ ପଡି ମହିଳା ଓ୍ୱାର୍ଡମେମ୍ବରଙ୍କ ମୃତ୍ୟୁ

Get real time updates directly on you device, subscribe now.

ବାଲିଗୁଡ଼ା : ଚଳନ୍ତା ଅଟୋ ଉପରେ ଗଛ ପଡ଼ି ଯିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ଦୁଃଖଦ ଘଟଣା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି–ଡୁଲୁରୀ ମୁଖ୍ୟ ରାସ୍ତାରେ ଘଟିଛି। ତେବେ ଅଟୋରେ ବସିଥିବା ୫ ଜଣଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି।
ଲଘୁଚାପ ବର୍ଷା ସତ୍ତ୍ୱେ ପ୍ଲୀହେରି ଗାଁର କେତେକ ଲୋକ ଚାଉଳ ପାଇଁ ଦାରିଙ୍ଗବାଡ଼ି ଯାଇଥିଲେ। ଅପରାହ୍ନରେ ସେମାନେ ଚାଉଳ ଧରି ଏକ ଅଟୋରେ ଘରକୁ ଫେରୁଥିଲେ।
ତେବେ ଦାରିଙ୍ଗବାଡ଼ି-ଡୁଲୁରୀ ମୁଖ୍ୟ ରାସ୍ତା ପ୍ଲୀହେରି ଛକରେ ଏକ ଗଛ ଉପୁଡି ସେମାନଙ୍କ ଅଟୋ ଉପରେ ପଡ଼ିଥିଲା। ଫଳରେ ପ୍ଲୀହେରି ଗାଁର ୩ ନମ୍ବର ୱାର୍ଡ଼ର ସାବନ୍ତି ପ୍ରଧାନଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରଦୀପ ପ୍ରଧାନ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଦାରିଙ୍ଗବାଡି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତେବେ ଅଟୋରେ ବସିଥିବା ଅନ୍ୟ ୫ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons