ଚାକିରୀ କରାଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ, ଜଣେ ଅଟକ

Get real time updates directly on you device, subscribe now.

କେନ୍ଦ୍ରାପଡା : ଚାକିରୀ କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକି ନେଇଥିବା ଜଣେ ବ୍ୟକ୍ତିକୁ ଆଜି କେନ୍ଦ୍ରାପଡା କୋର୍ଟ ନିକଟରେ କାବୁ କରିଛନ୍ତି କିଛି ଚାକିରୀ ଆଶାୟୀ । ଟଙ୍କା ଦେଇଥିବା କିଛି ବେକାର ଯୁବକ ଏବଂ ସେମାନଙ୍କ ସମ୍ପର୍କୀୟ କୋର୍ଟରେ ମାମଲା ଲଢିବାକୁ ଆସିଥିବା ସମ୍ପୃକ୍ତ ବ୍ୟକ୍ତିଙ୍କୁ କାବୁ କରିନେଇଥିଲେ। ଭୁବନେଶ୍ବରର ସୂର‌୍ୟନାରାୟଣ ତ୍ରିପାଠୀ ନିଜକୁ ଜଣେ ଓକିଲ ବୋଲି ପରିଚୟ ଦେଇ ନିଜ ଝିଅ ଜରିଆରେ ବିଭିନ୍ନ ଲୋକଙ୍କୁ ଚାକିରି କରେଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକି ନେଇଯାଇଥିଲା। ପରେ ସେ ଚାକିରୀ ଦେବା ନଁ।ରେ ଠକିଥିବା ଜାଣିପାରି ଠକାମୀର ଶିକାର କିଛି ଯୁବକ ଯୁବତୀ ଏ ନେଇ ସମ୍ପୃକ୍ତ ବ୍ୟକ୍ତିଙ୍କ ଝିଅ ନାମରେ ଏକ ମାମଲା କରିଥିଲେ। ଆଜି କେନ୍ଦ୍ରାପଡା କୋର୍ଟରେ ତାରିଖ ଥିବାରୁ ସମ୍ପୃକ୍ତ ବ୍ୟକ୍ତି ମାମଲା ପରିଚାଳନା କରିବାକୁ ଆସିଥିବା ବେଳେ ଲୋକେ ତାକୁ କାବୁ କରିନେଇଥିଲେ। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବାରୁ କେନ୍ଦ୍ରାପଡା ଟାଉନ୍ ପୋଲିସ ଉଭୟ ପକ୍ଷଙ୍କୁ ଥାନାରେ ଅଟକ ରଖିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons