ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ନେଇ ଚାଷୀମାନଙ୍କ ମନରେ ସୃଷ୍ଟି ହୋଇଥିବା ସମସ୍ତ ଦ୍ୱନ୍ଦ୍ୱ ଦୂର କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି । କିନ୍ତୁ ବିରୋଦୀମାନେ ବାରମ୍ବାର ଏଥିରେ ବାଦା ସୃଷ୍ଟି କରୁଛନ୍ତି । ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ଶେଷ ହେବ ନାହିଁ । ତା’ସହିତ ମଣ୍ଡି ବ୍ୟବସ୍ଥା ମଧ୍ୟ ଜାରି ରହିବ । ସରକାର ଏହି ବିଶ୍ୱାସ ଦେଉଛନ୍ତି । ତଥାପି ଯଦି କିଛି ଦ୍ୱନ୍ଦ୍ୱ ରହିଯାଇଛି, ଆମେ ଖୋଲାମନରେ ଆଲୋଚନା କରିବାକୁ ଆଗ୍ରହୀ ଅଛୁ । ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପିଏମ୍-କିଷାନ (ପ୍ରଦାନମନ୍ତ୍ରୀ କିଷାନ ସମ୍ମନା ନିଦô) ଯୋଜନାରେ ଦ୍ୱିତୀୟ କିସ୍ତିର ଅର୍ଥ ଜାରି କରିବା ଅବସରରେ ଚାଷୀଙ୍କ ଉଦେ୍ଧଶ୍ୟରେ ଏହି ବାର୍ତ୍ତା ଦେଇଛନ୍ତି ।
ଦେଶର ପୂର୍ବତନ ପ୍ରଦାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଜି ଜନ୍ମବାର୍ଷିକ ହୋଇଥିବାରୁ ଏହି ଦିବସରେ ପିଏମ୍ କିଷାନର ଦ୍ୱିତୀୟ କିସ୍ତି ଜାରି କରାଯାଇଥିଲା । ଏହି ଯୋଜନାରେ ଦେଶବ୍ୟାପୀ ୯ କୋଟି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଦାସଳଖ ୧୮,୦୦୦ କୋଟି ଟଙ୍କା ପଠାଯାଇଛି । ଏହି ଅବସରରେ ମୋଦି ବିଭିନ୍ନ ରାଜ୍ୟର ଚାଷୀଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ମୋଦି ବିରୋଦୀମାନଙ୍କ ଉପରେ ଜୋରଦାର ବର୍ଷିଥିଲେ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡା ସମାଲୋଚନା କରିଥିଲେ । ପ୍ରାୟ ୮୦ ମିନିଟ୍ର କାର୍ଯ୍ୟକ୍ରମରେ ୨୦ ମିନିଟ୍ ପର୍ଯ୍ୟନ୍ତ ମୋଦି ନୂଆ କୃଷି ଆଇନ ସମ୍ପର୍କରେ ଆଲୋଚନା କରିଥିଲେ ।
ପ୍ରଦାନମନ୍ତ୍ରୀ କହିଥିଲେ ଯେ ଦେଶର କୃଷକମାନେ ନିରୀହ । କିନ୍ତୁ ବିରୋଦୀମାନେ ସେମାନଙ୍କୁ ଭ୍ରମିତ କରାଇ ନୂଆ କୃଷି ଆଇନକୁ ନେଇ ଅପପ୍ରଚାର କରୁଛନ୍ତି । କୃଷି ଆଇନ ଦ୍ୱାରା ସେମାନଙ୍କର ଜମି ଚାଲିଯିବ ବୋଲି ମିଛ କୁହାଯାଉଛି । ସେମାନଙ୍କ କାନ୍ଧରେ ବନ୍ଧୁକ ରଖି ବିରୋଦୀମାନେ ଗୁଳି ଫୁଟାଉଛନ୍ତି । ଅନେ୍ଦାଳନ ଆରମ୍ଭରୁ ଚାଷୀମାନେ ଏମ୍ଏସ୍ପି ଗ୍ୟାରେଣ୍ଟି ଚାହୁଁଥିଲେ । ସରକାର ଏଥିପାଇଁ ପ୍ରତିଶ୍ରୁତି ଦେଲେ । କିନ୍ତୁ ଏବେ ଆନେ୍ଦାଳନର ଦିଗ ବଦଳି ଯାଇଛି । ଆନେ୍ଦାଳନ ସ୍ଥଳୀରେ ହିଂସାକାରୀଙ୍କ ପୋଷ୍ଟର ଲଗାଇ ସେମାନଙ୍କୁ ମୁକ୍ତ କରିବାକୁ ଦାବି କରାଯାଉଛି ବୋଲି ମୋଦି ଅଭିଯୋଗ କରିଥିଲେ ।
କୃଷି ଆଇନ ଦ୍ୱାରା ୧୦ କୋଟି ଛୋଟ ଚାଷୀ ସବୁଠାରୁ ଅଦିକ ଲାଭବାନ ହେବେ ବୋଲି ମୋଦି କହିଥିଲେ । ପୂର୍ବରୁ କେବଳ ମଣ୍ଡିରେ ଫସଲ ବିକ୍ରି କରିବାର ବ୍ୟବସ୍ଥା ଥିଲା । କିନ୍ତୁ ନୂଆ କୃଷି ଆଇନ ଦ୍ୱାରା ମଣ୍ଡିରେ କିମ୍ବା ମଣ୍ଡି ବାହାରେ ଯେଉଁଠି ଚାଷୀମାନେ ଅଦିକ ଲାଭ ପାଇବେ ସେଠାରେ ନିଜର ଉପôାଦିତ ଫସଲ ବିକ୍ରି କରିପାରିବେ । ପୂର୍ବରୁ ପ୍ରଚଳିତ ବ୍ୟବସ୍ଥା ଅନୁସାରେ କୃଷି ଆଇନ ନିୟମ ନ ମାନିଲେ ଚାଷୀମାନଙ୍କୁ ଜରିମାନା ଦେବାକୁ ପଡୁଥିଲା । କିନ୍ତୁ ଏବେ ଏହି ଜରିମାନା ହଟାଇ ଦିଆଯାଇଛି । ଏବେ ଫସଲ କିଣିବା ପରେ କ୍ରେତାମାନେ ଚାଷୀମାନଙ୍କୁ ରସିଦ ଦେବାକୁ ପଡିବ ଏବଂ ୩ ଦିିନ ମଧ୍ୟରେ ଟଙ୍କା ଦେବାକୁ ହେବ ବୋଲି ମୋଦି ନିଜର ଅଭିଭାଷଣରେ କହିଥିଲେ ।
ଚୁକ୍ତି ଭିତ୍ତିକି ଚାଷରେ ଚାଷୀମାନଙ୍କୁ କେଉଁ ଭଳି ଲାଭ ପହଞ୍ଚିବ ଜଣାଇ ମୋଦି କହିଲେ ଯେ ଏହା ଦ୍ୱାରା ଫସଲ ଭଲ ନ ହେଲେ ମଧ୍ୟ ଚାଷୀମାନଙ୍କୁ ଫସଲର ଟଙ୍କା ମିଳିବ । ଚୁକ୍ତି କରିଥିବା କମ୍ପାନି କିମ୍ବା ବ୍ୟକ୍ତି ଏହି ଚୁକ୍ତି ଭାଙ୍ଗିପାରିବନି । କିନ୍ତୁ ଚାଷୀ ଚାହିଁଲେ ନିଜ ଇଚ୍ଛା ଅନୁଯାୟୀ ଚୁକ୍ତି ଭାଙ୍ଗି ପାରିବ । ଚାଷୀମାନେ ଅଦିକରୁ ଅଦିକ ଲାଭବାନ ହେବାକୁ କେନ୍ଦ୍ର ସରକାର ନିରନ୍ତର ପ୍ରୟାସ କରୁଥିବା ମୋଦି କହିଥିଲେ । ଏହି ଆଇନ ଦ୍ୱାରା କୃଷକଙ୍କୁ ଏକ ନୂଆ ବଜାର ମିଳିପାରିବ ବୋଲି ସେ ଜଣାଇଥିଲେ ।
କୃଷି ଆଇନକୁ ବିରୋଦ କରୁଥିବା ରାଜନୈତିକ ଦଳମାନେ କ୍ଷମତାରେ ଥିବା ସମୟରେ କେବେ କୃଷକମାନଙ୍କ ଉନ୍ନତି ସମ୍ପର୍କରେ ଚିନ୍ତା କରିନଥିଲେ ବୋଲି ମୋଦି ପ୍ରକାଶ କରିଥିଲେ । ପୂର୍ବ ସରକାରର ଭୁଲ ନିଷ୍ପତ୍ତି କାରଣରୁ ଆଜି ଦେଶର ଅଦିକାଂଶ କୃଷକ ଗରିବ ହୋଇ ଜୀବନ ବିତାଉଛନ୍ତି ବୋଲି ମୋଦି ଅଭିଯୋଗ କରିଥିଲେ । ଏହି ଅବସରରେ ମୋଦି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଜୋରଦାର ବର୍ଷିଥିଲେ । କହିଥିଲେ, ମମତାଙ୍କ ବିଚାରଦାରା ଯୋଗୁ ପଶ୍ଚିମବଙ୍ଗ ଆଜି ବର୍ବାଦ ହୋଇଯାଇଛି । କୃଷକଙ୍କ ବିରୋଦରେ ତାଙ୍କର କାର୍ଯ୍ୟପନ୍ଥା ମୋତେ ଗଭୀର ଆଘାତ ଦେଇଛି । ପଶ୍ଚିମବଙ୍ଗର ୭୦ ଲକ୍ଷରୁ ଅଦିକ କୃଷକଙ୍କୁ ପିଏମ୍ କିଶାନ ସମ୍ମାନ ନିଦô ଯୋଜନାର ଲାଭ ମିଳୁନି । ମମତାଙ୍କ ରାଜନୀତି ଯୋଗୁ କୃଷକ କ୍ଷତି ସହୁଛନ୍ତି ।
ଏହି ଅବସରରେ ମୋଦି ତାମିଲନାଡୁ, ଉତ୍ତରପ୍ରଦେଶ, ଅରୁଣାଚଳ ପ୍ରଦେଶ ଆଦି ୬ଟି ରାଜ୍ୟର କୃଷକଙ୍କ ସହ ଭିଡିଓ କନ୍ଫରେନ୍ସିଂ ଯୋଗେ କଥାବାର୍ତ୍ତା କରିଥିଲେ ।
Comments are closed, but trackbacks and pingbacks are open.