ଚିକିଟି କଲେଜ ଲାବ୍ ଆସିଷ୍ଟାଣ୍ଟଙ୍କ ସମ୍ପତ୍ତି ଦେଢ଼ କୋଟି

Get real time updates directly on you device, subscribe now.

ବ୍ରହ୍ମପୁର,(ବି.ବି.ନୁ୍ୟଜ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା କୋଟିପତି ସରକାରୀ କର୍ମଚାରୀଙ୍କ ଉପରେ ଏବେ ବ୍ରହ୍ମପୁର ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି । ବ୍ରହ୍ମପୁର ଅଙ୍ଗନବାଡି କର୍ମୀଙ୍କ ପରେ ଗଜପତିର ପୂର୍ତ୍ତବିଭାଗ ଉପନିର୍ବାହୀ ଯନ୍ତ୍ରୀ ଜେଲ୍ ଯାଇଛନ୍ତି । ଆଜି ପୁଣି ଚିକିଟି କଲେଜ ଲାବରୋଟାରୀ ଆସିଷ୍ଟାଣ୍ଟ କୈଳାସ ଚନ୍ଦ୍ର ମହାନ୍ତିଙ୍କ ସମ୍ପତ୍ତି ଯାଞ୍ଚ ହୋଇଛି । ବ୍ରହ୍ମପୁର ଭିଜିଲାନ୍ସ ଆଜି ଲାବ୍ ଆସିଷ୍ଟାଣ୍ଟଙ୍କ ଘର ସହ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରିବା ପରେ ପ୍ରାୟ ଦେଢ଼ କୋଟି ଟଙ୍କା ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଆକଳନ କରିଛି । ଚଢ଼ାଉ ଜାରି ରହିଛି ସମ୍ପତ୍ତି ତାଲିକା ବଢ଼ିିପାରେ ବୋଲି ଭିଜିଲାନ୍ସ ଏସ୍ପି ଅନିଲ କୁମାର ପାତ୍ର ସୂଚନା ଦେଇଛନ୍ତି । ଲାବ୍ ଆସିଷ୍ଟାଣ୍ଟ୍ ମହାନ୍ତି ୨୦୦୮ରୁ ଚାକିରି ପାଇଥିବା ବେଳେ ୨୦୧୪ରେ ଚାକିରି ନିୟମିତ ହୋଇଥିଲା ।
ଏସ୍ପିଙ୍କ ସୂଚନା ଅନୁସାରେ ଚିକିଟି କଲେଜ ଲାବ୍ରୋଟାରୀ ଆସିଷ୍ଟାଣ୍ଟ କୈଳାସ ଚନ୍ଦ୍ର ପଣ୍ଡାଙ୍କ ଆୟ ବହିର୍ଭୂତ ସମ୍ପତ୍ତି ରହିଥିବା ଅଭିଯୋଗ ହୋଇଥିଲା । ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ସର୍ଚ୍ଚ ୱାରେଣ୍ଟ ଜାରି ହେବା ପରେ ଆଜି ଭିଜିଲାନ୍ସ ୬ ଟି ଜାଗାରେ ଏକକାଳୀନ ଚଢ଼ାଉ କରିଥିଲା । ବ୍ରହ୍ମପୁର ଶ୍ରୀ ଟାୱାରରେ ୬ ମହଲାରେ ଥିବା ୬୧୮ ନମ୍ବର ଫ୍ଲାଟ୍, ଗାନ୍ଧିନଗର ୫ମ ଲାଇନ୍ରେ ଥିବା ସରୋଭର ଆପାର୍ଟମେଣ୍ଟରେ ଫ୍ଲାଟ୍, ଭୁବନେଶ୍ୱର ବିିଜେବି ନଗର ପ୍ରନ୍ନଥ ଏନ୍କ୍ଲାଭ୍ରେ ଥିବା ଫ୍ଲାଟ୍, ଚିକିଟିଗଡ଼ରେ ଥିବା ପୈତୃକ ବାସଭବନ, ଚିକିଟିଗଡ଼ରେ ଥିବା ଶ୍ୱଶୁର ଘର ଏବଂ ଚିକିଟି କଲେଜରେ ଥିବା ଅଫିସରେ ଯାଞ୍ଚ କରାଯାଇଥିଲା । ଯାଞ୍ଚ ସମୟରେ ୧, ୦୩, ୫୬, ୦୬୦ ଟଙ୍କାର ସ୍ଥାବର ଓ ୪୧, ୪୪, ୭୭୭ ଟଙ୍କାର ଅସ୍ଥାବର ମୋଟ ୧, ୪୫, ୦୦, ୮୩୭ ଟଙ୍କାର ସମ୍ପତ୍ତି ଆକଳନ କରାଯାଇଛି ।
ବ୍ରହ୍ମପୁର ଭିଜିଲାନ୍ସ ସୂଚନା ପ୍ରକାରେ ବ୍ରହ୍ମପୁର ଶ୍ରୀ ଟାୱାରରେ ଥିବା ଫ୍ଲାଟ୍ର ମୂଲ୍ୟ ୨୦, ୬୨, ୫୪୭ ଟଙ୍କା, ଗାନ୍ଧିନଗର ସାରୋଭର ଆପାର୍ଟମେଣ୍ଟରେ ଥିବା ଫ୍ଲାଟର ମୂଲ୍ୟ ୧୨, ୫୦, ୧୮୧ ଟଙ୍କା, ଭୁବନେଶ୍ୱର ପ୍ରନ୍ନଥ ଏନ୍କ୍ଲାଭ୍ରେ ଥିବା ଫ୍ଲାଟ୍ର ମୂଲ୍ୟ ୩୧, ୧୦, ୭୫୭ ଟଙ୍କା, ହଳଦିଆପଦର ଓ ରାଧାନାଥପୁର ମୌଜାରେ ଥିବା ୩ଟି ଜମି ଯାହାର ମୂଲ୍ୟ ୧୩, ୦୭, ୫୭୫ ଟଙ୍କା, ଚିକିଟିଗଡ଼ରେ ଥିବା ଘରର ମୂଲ୍ୟ ୨୬, ୨୫, ୦୦୦ ଟଙ୍କା ମୋଟ ୧, ୦୩, ୫୬, ୦୬୦ ଟଙ୍କାର ସ୍ଥାବର ସମ୍ପତ୍ତି ଆକଳନ ହୋଇଛି । ସେହିପରି ୪୧, ୪୪, ୭୭୭ ଟଙ୍କାର ଅସ୍ଥାବର ସମ୍ପତ୍ତି ଆକଳନ କରାଯାଇଛି । ୬, ୬୨, ୭୨୩ଟଙ୍କା ମୂଲ୍ୟର ଘରକରଣା, ନଗଦ ୨୦, ୫୭୦ଟଙ୍କା, ୨, ୧୯, ୨୨୯ ଟଙ୍କା ମୂଲ୍ୟର ସୁନା ଓ ରୁପା ଅଳଙ୍କାର, କୈଳାସ ଚନ୍ଦ୍ର ମହାନ୍ତି, ତାଙ୍କ ସ୍ତ୍ରୀ ଓ ପୁଅ ନାମରେ ବିଭିନ୍ନ ବ୍ୟାଙ୍କ୍ ଏବଂ ପୋଷ୍ଟ ଅଫିସରେ ୮, ୦୭, ୨୨୫ଟଙ୍କା ଜମାରାଶି, ଗୋଟିଏ କାର୍ ଯାହାର ମୂଲ୍ୟ ୪ଲକ୍ଷ ଟଙ୍କା, ଗୋଟିଏ ବାଇକ୍ ଯାହାର ମୂଲ୍ୟ ୬୫ହଜାର ଟଙ୍କା, ଗୋଟିଏ ମୋପେଡ୍ ବାଇକ୍ ଯାହାର ମୂଲ୍ୟ ୬୫ ହଜାର ଟଙ୍କା, ଗୋଟିଏ ଟିପ୍ପର ଯାହାର ମୂଲ୍ୟ ୧୩ଲକ୍ଷ ୫୦ହଜାର ଟଙ୍କା, ଗୋଟିଏ ଟ୍ରାକ୍ଟର ଯାହାର ମୂଲ୍ୟ ୫ଲକ୍ଷ ୫୫ହଜାର ଟଙ୍କା ଭିଜିଲାନ୍ସ ଆକଳନ କରିଛି । ସବୁ ଆକଳନ ପରେ କେତେ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ରହିଛି ଜଣାପଡିବ ବୋଲି ଏସ୍ପି କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons