ଚିରନିଦ୍ରାରେ କେନ୍ଦ୍ରାପଡ଼ା ବ୍ଲକ୍ ଅଧ୍ୟକ୍ଷ

Get real time updates directly on you device, subscribe now.

କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ୍): କେନ୍ଦ୍ରାପଡ଼ା ବ୍ଲକ୍ ଅଧ୍ୟକ୍ଷ ତଥା ଜିଲ୍ଲା ଯୁବ ବିଜେଡିର ଜଣେ ତୁଙ୍ଗ ସଙ୍ଗଠକ ଭାବେ ଜଣାଶୁଣା ଅନାମବନ୍ଧୁ ଧଳ (୪୭)ଗତକାଲି ବିଳମ୍ୱିତ ରାତ୍ରିରେ ପ୍ରାଣ ହରାଇଛନ୍ତି । ଗତ ୭/୮ ଦିନ ହେବ ସେ ଥଣ୍ଡାଜ୍ୱରରେ ଆକ୍ରାନ୍ତ ଥିବାବେଳେ ଜ୍ୱର କମିବା ବଢ଼ିବା ଲାଗି ରହିବାରୁ ସେ କେନ୍ଦ୍ରାପଡ଼ା ବ୍ଲକ୍ ସରକାରୀ କ୍ୱାର୍ଟର୍ସରେ ରହି ଚିକିତ୍ସାଧୀନ ଥିଲେ । ମାତ୍ର ଗତକାଲି ରାତି ପ୍ରାୟ ସାଢେ଼ ୧୨ଟା ବେଳେ ଛାତି ଓ ଫୁସ୍ଫୁସ୍ରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ବି ଡାକ୍ତର ମୃତ ଘୋଷଣା କରିଥିଲେ । ଗତକାଲି ଡାକ୍ତର ମୃତ ଘୋଷଣା କରାଯିବା ପରେ ତାଙ୍କୁ ପୈତୃକ ଗ୍ରାମ ଗାଙ୍ଗପଡ଼ା ପଞ୍ଚାୟତର ସୋବଳାକୁ ନିଆଯାଇଥିଲା । ସେଠାରୁ ପରେ ତାଙ୍କ ମରଶରୀକୁ ଶୋଭାଯାତ୍ରାରେ କେନ୍ଦ୍ରାପଡ଼ା ବ୍ଲକ୍ କାର୍ଯ୍ୟାଳୟକୁ ନିଆଯାଇଥିଲା ଯେଉଁଠାରେ ବିଡ଼ିଓ ସୁଧୀର କୁମାର ସିଂହଙ୍କ ସମେତ ଅନ୍ୟକର୍ମଚାରୀମାନେ ତାଙ୍କର ପ୍ରିୟ ଅଧ୍ୟକ୍ଷଙ୍କୁ ଚିର ବିଦାୟ ଦେଇଥିଲେ । ତା’ ପରେ ତାଙ୍କ ମରଶରୀରକୁ କେନ୍ଦ୍ରାପଡ଼ା ସହର ପରିକ୍ରମା କରାଇବା ପରେ ତିନିମୁହାଣୀରୁ କଟକ-ଚାନ୍ଦବାଳଇ ରାସ୍ତାରେ ବିଭିନ୍ନ ପଞ୍ଚାୟତ ଦେଇ ତାଙ୍କ ନିଜ ଗାଁକୁ ନିଆଯାଇଥିଲା । ସୋବଳାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଭାବଗ୍ରାହୀ ଧଳଙ୍କ ୫ ପୁଅଙ୍କ ମଧ୍ୟରେ ସବୁଠାରୁ ବଡ଼ ଥିଲେ ଅନାମ ।
ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ରାଜନୀତିରେ ସକ୍ରିୟ ଥିବା ସ୍ୱର୍ଗତ ଅନାମବନ୍ଧୁ ଧଳ ୨୦୦୨ ମସିହାରୁ ୱାର୍ଡମେମ୍ୱରରୁ କ୍ୟାରିୟର ଆରମ୍ଭ କରିଥିଲେ । ପରେ ତାଙ୍କର ପତ୍ନୀ ମମତାରାଣୀ ଧଳ ଗାଙ୍ଗପଡ଼ା ପଞ୍ଚାୟତ ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟା ଭାବେ ନିର୍ବାଚିତ ହୋଇ ଉପାଧ୍ୟକ୍ଷା, ପରେ ଗଲା ୨୦୧୭ ମସିହା ପଞ୍ଚାୟତ ନିର୍ବାଚନରେ ଗାଙ୍ଗପଡ଼ା ପଞ୍ଚାୟତରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ବିଜେଡି ସମର୍ଥନରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ସୁସ୍ଥସବଳ ଚେହେରା ଆଉ ସବୁବଳେ ତାଙ୍କର ହସହସ ମୁହଁ । ଯିଏ ଯେତେବେଳେ ଯକୌଣସି କାମ ପାଇଁ ଯାଇଛି ସେ କାହାକୁ ନିରାଶ କରିନାହାନ୍ତି । ଅନାମ ଗଲା ପରେ ନୁହେଁ ସେ ବଞ୍ଚôଥିବା ବେଳେ ମଧ୍ୟ ଅନେକ ତାଙ୍କର ଉଦାହରଣ ଦିଅନ୍ତି । ଦଳ ଭିତରେ ରହି ବି କାର୍ଯ୍ୟକ୍ଷେତ୍ରରେ ନିରପେକ୍ଷତା ଆଉ ପ୍ରତ୍ୟେକ କ୍ଷେତ୍ରରେ ମୁହଁ ଖୋଲିବାରୁ ସତସାହସ ରଖୁଥିଲେ ସେ ।
ଦଳୀୟ ରାଜନୀତିରେ ସବୁବେଳେ ଚଳଚଞ୍ଚଳ ଥିବା ଅନାମ ବିଧାନସଭା ନିର୍ବାଚନ ହେଉ ଅବା ଲୋକସଭା ନିର୍ବାଚନରେ ଯଥେଷ୍ଟ ଅବଦାନ ଥିଲା ତାଙ୍କର । ଜିଲ୍ଲାରେ ଦଳୀୟ ନୀତି ନିର୍ଦ୍ଧାରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲ ସେ । ଦଳମତ ନିର୍ବିଶେଷରେ ସମସ୍ତଙ୍କ ମଧ୍ୟରେ ସେ ଗ୍ରହଣୀୟ ହୋଇପାରିଥିଲେ । ଜଣେ ଉଚ୍ଚମନା ରାଜନୈତିକ ନେତା ଭାବରେ ତାଙ୍କର ପରିଚୟ ଥିଲେ । ସମସ୍ତଙ୍କୁ ଆପଣାଇବାର କଳା ତାଙ୍କୁ ମାଲୁମ ଥିଲା । ବିଜୁ ଜନତା ଦଳର ଜଣେ ପ୍ରମୁଖ ଯୋଦ୍ଧା ଭାବେ ନିଜକୁ ଅନେକବାର ପ୍ରମାଣିତ କରିଥିବାରୁ ଦଳ ତାଙ୍କୁ କେନ୍ଦ୍ରାପଡ଼ା ବ୍ଲକ ଅଧ୍ୟକ୍ଷ ପଦବି ଭଳି ଗୁରୁ ଦାୟିତ୍ୱ ଦେଇଥିଲା । ତାଙ୍କର ଆକସ୍ମିକ ବିୟୋଗରେ ସମଗ୍ର କେନ୍ଦ୍ରାପଡ଼ା ଆଜି ସ୍ତବ୍ଧ । ତାଙ୍କର ଅକାଳ ମୃତୁ୍ୟରେ କେନ୍ଦ୍ରାପଡ଼ା ରାଜନୀତିରେ ଯେଉଁ ରିକ୍ତସ୍ଥାନ ସୃଷ୍ଟି ହୋଇଛି ତାହା କେବେ ବି ଭରଣ ହୋଇପାରିବନି ବୋଲି ଦଳର ବରିÂନେତାମାନେ କହିଛନ୍ତି । ସେ ଏତେମାତ୍ରାରେ ଲୋକଙ୍କ ମଧ୍ୟରେ ଛାଇ ଯାଇଥିଲେ ଯେ ତାଙ୍କ ମୃତୁ୍ୟ ହୋଇଛି ବୋଲି ଜାଣି ବି ସହଜରେ ଗ୍ରହଣ କରିପାରୁନାହାନ୍ତି । ଦଳୀୟ ଲେକାଙ୍କଠାରୁ ବିରୋଧୀ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ଅନ୍ତିମ ଶୋଭାଯାତ୍ରାରେ ସାମିଲ ହୋଇ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ଦଳୀୟ ମହଲଠାରୁ, ବିରୋଧି, ସାଧାରଣ ଜନତା ସମସ୍ତେ ଆଜି ଅବାକ୍, ସ୍ଥିର । ଅନାମଙ୍କ ମୃତୁ୍ୟ ପରେ ଏକାକୀ ହୋଇପଡ଼ିଛନ୍ତି ପତ୍ନୀ ମମତାରାଣୀ ଓ ଦୁଇଝିଅ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons