ଛତିଶଗଡ଼ରୁ ୨ ଚୋର ଗିରଫ, ଲକ୍ଷାଧିକ ଟଙ୍କା ଜବତ

Get real time updates directly on you device, subscribe now.

ବ୍ରହ୍ମପୁର: ବ୍ରହ୍ମପୁର ପୁଲିସକୁ ମିଳିଲା ସଫଳତା। ବ୍ରହ୍ମପୁରରେ ସୁନା ଅଳଙ୍କାର ଚୋରି ଘଟଣାରେ ଦୁଇଜଣଙ୍କୁ ଛତିଶଗଡ଼ରୁ ଗିରଫ କରିଲା ପୁଲିସ । ଗିରଫରେ ଅଭିଯୁକ୍ତଙ୍କଠୁ ଲକ୍ଷାଧିକ ଟଙ୍କା ଜବତ ହୋଇଥିବା ଏସ୍‌ପି ସୂଚନା ଦେଇଛନ୍ତି। ଗତ ଅକ୍ଟୋବର ମାସରେ ବ୍ରହ୍ମପୁର ବଡବଜାର ବିନୋଦ ସୁନା ଅଳଙ୍କାର ଦୋକାନରୁ ଚୋରି ଲୁଟ୍‌ ହୋଇଥିଲା।
ପୁଣି ଅକ୍ଟୋବର ମାସରେ କେଶବ ଅଳଙ୍କାର ଦୋକାନରୁ ଲୁଟ୍ ହୋଇଥିଲା। ବିନୋଦ ସୁନା ଅଳଙ୍କାର ଦୋକାନରୁ ୧୪୦୦ ଗ୍ରାମ୍ ସୁନା ଅଳଙ୍କାର ଓ କେଶବ ସୁନା ଅଳଙ୍କାର ଦୋକାନରୁ ୪୨୪ ଗ୍ରାମ୍ ସୁନା ଅଳଙ୍କାର ସହ ୧,୪୦,୦୦୦ ଟଙ୍କା ଚୋରି ହୋଇଥିବା ନେଇ ଅଭିଯୋଗ କରିଥିଲେ ଦୋକାନୀ। ଏହି ଘଟଣାରେ ଏକ ସ୍ବତନ୍ତ୍ର ପୁଲିସ ଟିମ୍ ଛତିଶଗଡ଼ରେ ପହଞ୍ଚି ସ୍ଥାନୀୟ ପୁଲିସ୍ ସହାୟତାରେ ଦୁଇ ଲୁଟେରାଙ୍କୁ ଗିରଫ କରିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons