ଛତିଶଗଡ଼ ଗଲା ନିହତ ମାଓନେତାଙ୍କ ଶବ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ୍): ମାଲକାନଗିରି ଜିଲ୍ଲା ମୁଦୁଲିପଡା ଥାନା ବଣ୍ଡାଘାଟି ପାଖନାଗୁଡା ଜଙ୍ଗଲରେ ପୁଲିସଗୁଳିରେ ନିହତ ହୋଇଥିବା ମାଓକମାଣ୍ଡର ରାକେଶଙ୍କ ଶବକୁ ଛତିଶଗଡ ପଠାଯାଇଛି । ତାଙ୍କ ପରିବାର ଲୋକେ ଏସପି ରିଶିକେଶ ଖିଲାରୀ ଡିଙ୍କ ନିକଟରେ ପ୍ରମାଣପତ୍ରଦାଖଲ କରିବା ପରେ ଶବକୁ ହସ୍ତାନ୍ତର କରାଯାଇଥିଲା ।
ଗତ ୨୬ତାରିଖରେ ବଣ୍ଡାଘାଟି ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଡିଭିଏଫ୍ ଯବାନଙ୍କ ଗୁଳିରେ ଆନ୍ଧ୍ରଓଡିଶା ବୋର୍ଡର ଜୋନାଲ କମଟି ଡିସିଏମ୍ ତଥାଦୁର୍ଦ୍ଧାନ୍ତ ମାଓବାଦୀ ରାକେଶ ଓରଫ ବୁଦ୍ରା ସୋଡି ନିହତ ହୋଇଥିଲେ । ଶୁକ୍ରବାର ତାଙ୍କ ଶବ ନେବାକୁ ଛତିଶଗଡ ରାଜ୍ୟ କିଷ୍ଟରାମ ଥାନା ବୁରୁମ ଗାଁରୁ ତାଙ୍କ ଭାଇ କେ.ସୋଡି ଓ ଗ୍ରାମମୁଖିଆମାନେ ପହଞ୍ଚିଥିଲେ । ଏସପି ଶ୍ରୀ ଖିଲାରୀଙ୍କୁ ଦେଖାକରିବା ସହ ଆନୁଷଙ୍ଗିକ କାଗଜପତ୍ର ଦେବା ପରେ ରାକେଶଙ୍କ ଶବକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା । ନିହତ ମାଓବାଦୀ ରାକେଶଙ୍କ ମୁଣ୍ଡ ଉପରେ ସରକାରଙ୍କ ପକ୍ଷରୁ ୮ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା । ବିଭିନ୍ନ ଥାନାରେ ତାଙ୍କ ନାଁରେ ହତ୍ୟା, ପୋଡାଜଳା, ପୁଲିସ ଉପରକୁ ଆକ୍ରମଣ ଭଳି ସଂଗୀନ ମାମଲା ରହିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons