ଛତିଶଗଡ଼ ଗଲା ୫୦ କେଜି ଯାଅାଁଳ

Get real time updates directly on you device, subscribe now.

ନବରଙ୍ଗପୁର,(ବି.ବି.ନୁ୍ୟଜ୍): ଛୋଟ ଉଦ୍ୟମ କରି ବଡ ପ୍ରଶଂସା ସାଉଟିଲା ଜିଲ୍ଲା ।ପୂର୍ବରୁ ମାଛ ଯାଅାଁଳ ପାଇଁ ଜିଲ୍ଲା ଛତିଶଗଡ ଉପରେ ନିର୍ଭର କରୁଥିଲା । ଏବେ ପରିମାଣ କମ୍ ହେଲେବି ୫୦ କେଜି ଯାଅାଁଳ ଜିଲ୍ଲାରୁ ଛତିଶଗଡର ନାରାୟଣପୁରକୁ ବିକ୍ରି କରି ଜିଲ୍ଲା ଏକ ବଡ ସଫଳତା ହାସଲ କରିଛି । ସୂଚନା ଅନୁସାରେ, ଉମରକୋଟ ବଡକୁମାରୀ ଉତ୍ପାଦନ କେନ୍ଦ୍ରରୁ ପ୍ରଥମଥର ପାଇଁ ଶୁକ୍ରବାର ମାଛ ଯାଅାଁଳ ଛତିଶଗଡର ନାରାୟଣପୁରକୁ ପଠାଯାଇଛି । କିଲୋଗ୍ରାମ ପ୍ରତି ୬ ଶହ ଟଙ୍କା ହିସାବରେ ୩୦ ହଜାର ଟଙ୍କାର ଯାଅାଁଳ ବିକ୍ରି ହୋଇଛି । ଏହାକୁ ନେଇ ସମ୍ପୃକ୍ତ ଚାଷୀ ସୁଜିତ ଦାସ ଖୁସି ବ୍ୟକ୍ତ କରିଛନ୍ତି ।
ଚାଷୀ ସୁଜିତ କହିଛନ୍ତି, ପ୍ରତିବର୍ଷ ଜିଲ୍ଲାର ମାଛ ଚାଷୀ ଛତିଶଗଡରୁ ପାଖାପାଖି ଦେଢକୋଟି ଟଙ୍କାର ମାଛ ଯାଅାଁଳ କିଣିଥାନ୍ତି । ପ୍ରଥମ କରି ଜିଲ୍ଲାରୁ ଛତିଶଗଡକୁ ମାଛ ଯାଅାଁଳ ବିକ୍ରି ହୋଇଛି । ଜିଲ୍ଲାରେ କାର୍ଯ୍ୟ କରୁଥିବା ସାଇଟିଫିକ୍ ଇଣ୍ଟରଭେନସନ୍ ଅନ୍ ଫାର୍ମ ବେସଡ୍ ଫର ସୋସିଓ-ଇକୋନୋମିକ୍ ଡେଭଲପମେଣ୍ଟ ପ୍ରକଳ୍ପରେ ଏହା ସମ୍ଭବ ହୋଇପାରିଛି । କେନ୍ଦ୍ରୀୟ ମତ୍ସ୍ୟ ଗବେଷଣା ପ୍ରତିÂାନ ସିଫା ଜିଲ୍ଲାରେ ମାଛ ଉତ୍ପାଦନ ବୃଦ୍ଧି ପାଇଁ ଗୁରୁଦାୟିତ୍ୱ ବହନ କରିଛି । ବୈଜ୍ଞାନିକ ପଦ୍ଧତିରେ ମାଛ ଉପôାଦନ ନେଇ ଚାଷୀଙ୍କୁ ବିଭିନ୍ନ ସମୟରେ ପରାମର୍ଶ ଦିଆଯାଉଛି । ଚଳିତ ବର୍ଷ ବଡକୁମାରୀ ଗାଁରେ ଯାଅାଁଳ ଉତ୍ପାଦନ କରାଯାଇଛି । ଜିଲ୍ଲାରୁ ପାଖାପାଖି ୧୦ କୋଟି ଯାଅାଁଳା ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି । ଲକ୍ଡାଉନ୍ କାରଣରୁ ଚଳିତ ବର୍ଷ ଏକ କୋଟି ଉତ୍ପାଦନ ହୋଇପାରିଛି । ଏ ସମ୍ପର୍କରେ ସିଫା ବୈଜ୍ଞାନିକ ଡ. ନଗେଶ ବାରିକ କହିଛନ୍ତି, ଛୋଟ ଉଦ୍ୟମରେ ବଡ ବାର୍ତ୍ତା ମିଳିଛି । ମାଛଚାଷ ପାଇଁ ଜିଲ୍ଲାବାସୀଙ୍କ ମନରେ ଆଗ୍ରହ ମଧ୍ୟ ବଢିବାରେ ଲାଗିଛି । ଉଦ୍ୟମ ଜାରି ରହିଲେ ଆଗାମୀ ଦିନରେ ଏଠାରୁ ରାଜ୍ୟ ବାହାରକୁ ମାଛ ପଠାଯାଇପାରିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons