ନୀଳଗିରି,(ବି.ବି.ନୁ୍ୟଜ): ନୀଳଗିରି ଅଞ୍ଚଳର ଜଣେ ଛାତ୍ରୀଙ୍କୁ ଅସଦାଚରଣକୁ କେନ୍ଦ୍ର କରି ଗାଁରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଏଥିରେ ୨ ଜଣ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଛନ୍ତି ।
ଅଭିଯୋଗ ଅନୁସାରେ, ନୀଳଗିରି ଥାନା ଅଧୀନ ଡେଙ୍ଗାସାହି ଗ୍ରାମର ରଣଜିତ ମଲ୍ଲିକ ଓ ରବୀନ୍ଦ୍ର ସିଂ ଗତକାଲି ରାତ୍ର ୯ଟା ବେଳେ ଜଣେ ଛାତ୍ରୀଙ୍କୁ ଟଣାଓଟରା କରିଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ଛାତ୍ରୀଙ୍କ ସଂପର୍କୀୟମାନେ ରଣଜିତ୍ ଓ ରବୀନ୍ଦ୍ରଙ୍କୁ ପିଟାମରା କରି ରକ୍ତାକ୍ତ କରି ଦେଇଛନ୍ତି । ପରେ ଘଟଣା ଯାଇ ନୀଳଗିରି ଥାନାରେ ପହଞ୍ଚିବା ପରେ ପୁଲିସ ଉଭୟ ପକ୍ଷଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି । ତେବେ ଘଟଣାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଛି ।
Comments are closed, but trackbacks and pingbacks are open.