ଜଙ୍ଗଲକୁ ଟେକିନେଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ଘଟଣା ସଂପର୍କରେ ଜଣାଇଲେ ମାରିଦେବାକୁ ଧମକ !

Get real time updates directly on you device, subscribe now.

ସୁନ୍ଦରଗଡ : ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ ହୋଇଛି । ସୁନ୍ଦରଗଡ କିଂଜିରିକେଲା ଡିଗ୍ରୀ କଲେଜର ଜଣେ ଛାତ୍ରୀଙ୍କୁ ସେହି କଲେଜର ଜଣେ ଛାତ୍ର ଓ ତାର ସାଙ୍ଗମାନେ ମିଶି ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ସୂଚନାଯୋଗ୍ୟ ଯେ, ଗତ ୨୬ତାରିଖରେ ଛାତ୍ରୀ ଜଣଙ୍କ କଲେଜ ସାରି ଘରକୁ ଫେରୁଥିବା ବେଳେ ଛାତ୍ରୀଙ୍କୁ ବଳପୂର୍ବକ ପୁଟୁଡିହି ଜଙ୍ଗଲକୁ ଟେକିନେଇ ସେହି କଲେଜର ଜଣେ ଛାତ୍ରଙ୍କ ସମେତ ଅନ୍ୟ ସାଙ୍ଗ । ସେଠାରେ ସେମାନ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ଘଟଣା ସଂପର୍କରେ କାହାକୁ କିଛି କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ।
ତେବେ ପରିବାର ଲୋକେ ଜାଣିବା ପରେ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ସଦର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ୪ ଜଣଙ୍କୁ ଅଟକ ରଖିଥିବା ବେଳେ ଜଣଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି ପୋଲିସ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons