ଜଙ୍ଗଲରୁ ଅସୁସ୍ଥ ଗୋଠ ଛଡ଼ା ହାତୀ ଠାବ

Get real time updates directly on you device, subscribe now.

ଲହୁଣିପଡ଼ା,(ବି.ବି.ନୁ୍ୟଜ): ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ବନଖଣ୍ଡ ବରସୁଅାଁ ରେଞ୍ଜ ଅଞ୍ଚଳରେ ଥିବା ଜଙ୍ଗଲରୁ ଅସୁସ୍ଥ ଅବସ୍ଥାରେ ଗୋଠ ଛଡ଼ା ମାଈ ହାତୀକୁ ବନ ବିଭାଗ ଠାବ କରିଛି । ହାତୀ ଶରୀରର କିଛି ସ୍ଥାନରେ ଘା’ ହୋଇଥିବାର ଜଣାପଡ଼ିଛି । ବରସୁଅାଁ ରେଞ୍ଜ ଅଧୀନ ଭୁତୁଡ଼ା ପଞ୍ଚାୟତର ରଜାବସା ଗ୍ରାମ ନିକଟସ୍ଥ ଜଙ୍ଗଲରେ କିଛି ଦିନ ହେଲା ହାତୀପଲରୁ ଅଲଗା ହୋଇଯାଇଥିବା ଏକ ମାଈ ହାତୀ ଦେଖା ଯାଇଥିଲା । ବନ କର୍ମଚାରୀମାନେ ତା ଉପରେ ନଜର ରଖିଥିଲେ । ହେଲେ ଗତକାଲି ହାତୀଟି ଜଙ୍ଗଲରେ ଅସୁସ୍ଥ ଥିବା ଜଣାପଡ଼ିଥିଲା । ଖବର ପାଇ ବନ ବିଭାଗ ଅସୁସ୍ଥ ହାତୀର ଚିକିତ୍ସା ଆରମ୍ଭ କରିଛି । ଓୟୁଏଟି ପ୍ରଫେସର ଡା. ଇନ୍ଦ୍ରମଣି ନାଥ, ଲହୁଣିପଡ଼ା ଅତିରିକ୍ତ ପ୍ରାଣୀ ଚିକିତ୍ସକ ଡା. ସୁଧାକର ବେହେରା, ଏସିଏଫ୍ ଜୋହନା ଓରାମ, ବରସୁଅାଁ ରେଞ୍ଜର ନବୀନ ପ୍ରଧାନ ସେଠାରେ ପହଞ୍ଚି ଖାଦ୍ୟ ଜରିଆରେ ଚିକିତ୍ସା କରୁଥିବା ଜଣାପଡ଼ିଛି । ତେବେ ହାତୀର ଶରୀରରେ ଘା’ କିପରି ହେଲା ତାହାର ଯାଞ୍ଚ କରୁଛି ବନ ବିଭାଗ । ବନ କର୍ମଚାରୀମାନେ ହାତୀ ଉପରେ ୨୪ ଘଣ୍ଟା ନଜର ରଖିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons