ଜଙ୍ଗଲରୁ ଜଣଙ୍କ ଶବ ଉଦ୍ଧାର

Get real time updates directly on you device, subscribe now.

ଚନ୍ଦାହାଣ୍ଡି,(ବି.ବି.ନୁ୍ୟଜ): ଜଙ୍ଗଲକୁ କିଛି ଔଷଧୀୟ ସାମଗ୍ରୀ ସଂଗ୍ରହ କରିବାକୁ ଯାଇ ଏଠାରେ ଜଣଙ୍କର ସନେ୍ଦହଜନକ ମୃତୁ୍ୟ ହୋଇଛି । ଗୋଡରେ କୌଣସି ଲତା ଲାଗି ପଡିଯବାରୁ ତାଙ୍କର ମୃତୁ୍ୟ ହୋଇଥିବା କୁହାଯାଉଛି । ବ୍ୟକ୍ତି ହେଲେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ମାଳଗାଁର ଜହରଲାଲ୍ ନାଗେଶ(୪୮) । ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଣ୍ଟିଫିକ୍ ଦଳ ପହଞ୍ଚି ଘଟଣାସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ କରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ କହିଛି । ଚନ୍ଦାହାଣ୍ଡି ଥାନାରେ ଏ ନେଇ ଏକ ଅପମୃତୁ୍ୟ ମାମଲା(୩/୨୦୨୧) ରୁଜୁ ହୋଇଛି ।
ପୁଲିସ ସୂଚନା ଅନୁସାରେ, ନାଗେଶ ଗତ ଶୁକ୍ରବାର କୌଣସି କାମରେ ବାହାରକୁ ଯାଇ ଅପରାହ୍ଣରେ ଘରକୁ ଫେରିଥିଲେ । ଛତିଶଗଡ ଦେଓଭୋଗ ବ୍ଲକ କରଚିଆ ଗାଁରେ ବାହା ଦେଇଥିବା ତାଙ୍କ ଝିଅର ଛୋଟ ପିଲାକୁ ଝାଡା ହେଉଥିବାରୁ
ନାଗେଶ ହରିଡା ଓ ଅନ୍ୟ କିଛି ଜଙ୍ଗଲୀ ଔଷଧ ସଂଗ୍ରହ କରିବାକୁ ଗାଁଠାରୁ ୪ କିମି ଦୂର ଜାମପାଣି ଜଙ୍ଗଲକୁ ଯାଇଥିଲେ । କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ଘରକୁ ଫେରି ନଥିଲେ । ପରିବାର ଲୋକେ ଏଥିରେ ବ୍ୟସ୍ତ ହୋଇ ଜଙ୍ଗଲକୁ ଯାଇ ଖୋଜାଖୋଜି କରିଥିଲେ । ଜଙ୍ଗଲ ପାଖରେ ନାଗେଶଙ୍କ ସାଇକେଲ୍ ରହିଥିବା ଦେଖିଥିଲେ । କିନ୍ତୁ ତାଙ୍କର ଦେଖା ମିଳି ନଥିଲା । ପରିବାର ଏବଂ ଗାଁ ଲୋକେ ଜଙ୍ଗଲ ସାରା ଖୋଜାଖୋଜି କରି ନିରାଶ ହୋଇଥିଲେ । ଜଙ୍ଗଲର ଏକ ପଥର ନିକଟରେ ନାଗେଶ ମୁହଁମାଡି ମରି ପଡିଥିବା ଶନିବାର ସକାଳେ ଗାଁ ଲୋକେ ଦେଖିଥିଲେ । ପରେ ନାଗେଶଙ୍କ ପୁଅ ଲିଙ୍ଗରାଜ ସମାଜସେବୀ ଡମ୍ବରୁ ପାତ୍ରଙ୍କ ସହ ଚନ୍ଦାହାଣ୍ଡି ଥାନାକୁ ଯାଇ ଏକ ଏତଲା ଦେଇଥିଲେ । ଥାନା ଅଧିକାରୀ ପ୍ରେମାନନ୍ଦ ସୁନାନୀ, ଏସଆଇ ବିଜୁରାମ ବାଗ, ଏଏସ୍ଆଇ ଲଳିତ କୁମାର ପଣ୍ଡା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିଲେ । ନାଗେଶଙ୍କ ମୁହଁରେ କ୍ଷତ ହୋଇଥିବା ବେଳେ ହାତରେ ଟାଙ୍ଗିଆ ଏବଂ କିଛି ଔଷଧୀୟ ଡାଳ ରହିଥିଲା । କିଛି ଦୂରରେ ଏକ ବଡ ଜଙ୍ଗଲୀ ମୂଷାର ମୃତଦେହ ପଡିଥିଲା । ପରେ ଭବାନୀପାଟଣାରୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣାସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ କରିଥିଲେ । ବ୍ୟବଚ୍ଛେଦ ପାଇଁ ଶବକୁ ଚନ୍ଦାହାଣ୍ଡି ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠା ଯାଇଥିଲା । ବ୍ୟବଚ୍ଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଏସ୍ଆଇ ଶ୍ରୀ ବାଗ୍ ମାମଲାର ତଦନ୍ତ ଚଳାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons