ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଉଦ୍ଧାର

Get real time updates directly on you device, subscribe now.

ଉଲୁଣ୍ଡା,(ବି.ବି.ନୁ୍ୟଜ୍): ଉଲୁଣ୍ଡା ଥାନା ଜଉରାଭଉରା ଜଙ୍ଗଲରୁ ପୁଲିସ ଏକ ଗଳିତ ଶବ ଉଦ୍ଧାର କରିଛି । ମୃତ ବ୍ୟକ୍ତି ଜଣକ ଧମା ଥାନା ଅନ୍ତର୍ଗତ ବଦୁଆପାଲି ଗାଁର ସରୋଜ ବିଶ୍ୱାଲ(୨୮) ବୋଲି ଜଣାପଡ଼ିଛି । ଏନେଇ ପୁଲିସ ଏକ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ପୁଲିସ ସୂଚନା ମତେ ସରୋଜ ଉଲୁଣ୍ଡା ବ୍ଲକର ଅଇାଁଲାଛାଟ ଗାଁର କାନ୍ଦୁରୁ ଭୋଇଙ୍କ ଝିଅକୁ ତିନି ବର୍ଷ ପୂର୍ବେ ବିବାହ କରିଥିଲେ । ସେ ଦୁଇ ବର୍ଷ ହେବ ଘର ଜ୍ୱାଇଁ ଭାବେ ରହୁଥିଲେ । ଗତ ୧୫ତାରିଖ ଦିନ ଜଉରାଭଉରା ଗାଁର ବିଶ୍ୱଜୀତ ଭୋଇ ଓରଫ ଝାପୁ ଓ ହରିବଳ ସେଠୀ ସରୋଜଙ୍କୁ ଘରୁ ଡାକିନେଇ ଜଉରାଭଉରା ଚେକ୍ଡ୍ୟାମ ପାଖରେ ମଦ୍ୟପାନ କରିଥିଲେ । ପରେ ସେଠାରୁ ଚେକ୍ଡ୍ୟାମକୁ ଗାଧୋଇବାକୁ ଯାଇଥିଲେ । ପ୍ରଥମେ ଗାଧୋଇ ସାରି ବିଶ୍ୱଜୀତ ଏବଂ ହରିବଲ କପଡା ବଦଲାଇବାକୁ ଚାଲିଆସିଥିଲେ । ମାତ୍ର ସରୋଜ ଆସିବା ବିଳମ୍ବ ହେବାରୁ ପୁଣି ସେଠାକୁ ଫେରି ଦେଖିଲା ପରେ ଅନୁପସ୍ଥିତ ଥିବାରୁ ପାଣିରେ ବୁଡି ଯାଇଥିବା ସନେ୍ଦହରେ ଖୋଜା ଖୋଜି କରିଥିଲେ । ମାତ୍ର କୌଣସି ସନ୍ଧାନ ନପାଇବାରୁ ଘରକୁ ଚାଲିଯାଇଥିଲେ । ଏବଂ ଘରେ ବିଶ୍ୱଜୀତ ନିଜ ପରିବାର ଲୋକଙ୍କୁ ଏନେଇ ଅବଗତ କରିଥିଲା । ତେବେ ୧୬ତାରିଖ ଦିନ ଘଟଣାରେ ସଂପୃକ୍ତ ବିଶ୍ୱଜୀତର ବାପା ଘଟଣାସ୍ଥଳକୁ ଯାଇ ସରୋଜର ମୃତଦେହ ପାଣିରେ ଭାସୁଥିବା ଦେଖିଥିଲେ । ପରେ କିଛି ଲୋକଙ୍କୁ ଡାକି ଆଣି ମୃତ ଦେହ ଉଦ୍ଧାର କରି ନିକଟ ଜଙ୍ଗଲରେ ଫିଙ୍ଗି ଦେଇଥିଲେ । ତେବେ ସରୋଜ ୨ଦିନ ଧରି ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କଲାପରେ ୧୬ତାରିଖ ସଂଧ୍ୟାରେ ଉକ୍ତ ଜଙ୍ଗଲରେ ଶବ ପଡିଥିବା ଦେଖିବାକୁ ପାଇଥିଲେ । ଏନେଇ ଆଜି ପରିବାର ଲୋକେ ଉଲୁଣ୍ଡା ପୁଲିସକୁ ଖବର ଦେବାପରେ ଘଟଣାସ୍ଥଳକୁ ବୀରମହାରାଜପୁର ଏସ୍ଡିପିଓ ଧୀରଜ ଚୋପଦାର, ଆଇଆଇସି ଚନ୍ଦ୍ର ମୋହନ ସିଂ, ଏସଆଇ ଶରତ ଚନ୍ଦ୍ର ଆଚାର୍ଯ୍ୟ ପୁଲିସ ଟିମ୍ ସହ ଘଟଣାସ୍ଥଳକୁ ଯାଇ ଶବ ଜବତ କରିଥିଲେ । ତେବେ ମୃତକଙ୍କ ଶ୍ୱଶୁର କାନ୍ଦୁରୁ ଭୋଇ ତାଙ୍କ ଜ୍ୱାଇଁ ପାଣିରେ ବୁଡି ମୃତୁ୍ୟ ହୋଇଥିବା ନେଇ ଅଭିଯୋଗ କରିଛନ୍ତି । ପରେ ପୁଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରିଛି । ଏଥିରେ ସଂପୃକ୍ତ ଥିବା ତିନି ଜଣ ବ୍ୟକ୍ତିଙ୍କୁ ଅଟକ ରଖି ପୁଲିସ ପଚରାଉଚୁରା ଜାରି ରଖିଛି । ଆଜି ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ଶବ ହସ୍ତାନ୍ତର କରାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ବୋଲି ତଦନ୍ତ ଅଧିକାରୀ ଏସଆଇ ଶ୍ରୀଯୁକ୍ତ ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons