ବାରିପଦା,(ବି.ବି.ନ୍ୟୁଜ୍): ସ୍ୱତନ୍ତ୍ର ଟ୍ରାକ୍ କୋର୍ଟର ବିଚାରପତି ଶାନ୍ତନୁ କୁମାର ଦାସ ବାଲିଆଶୁଳୀ ବଳାକ୍ରାର ମାମଲାର ଚୂଡ଼ାନ୍ତ ରାୟ ଶୁଣାଇ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ବିଚାରପତି ବଳାକ୍ରାରୀକୁ ୭ ବର୍ଷ ଜେଲ ଦଣ୍ଡ ସହିତ ୫ ହଜାର ଟଙ୍କା ଜରିମାନା ଏବଂ ଅନାଦେୟ ୍ରଅତିରିକ୍ତ ୬ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ରାୟ ପ୍ରକାଶ ପାଇବା ପରେ ଆସାମୀକୁ ବାରିପଦା ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଛି । ଆସାମୀ ଜଣକ ମୋରଡାର ସଞ୍ଜିତ କୁମାର ଜେନା ।
ସୂଚନା ମୁତାବକ, ୨୦୧୭ ଡିସେମ୍ବର ୨୫ରେ ଜନୈକ ଯୁବତୀ (୨୩) ନିଜ ଘର ମୋରଡାକୁ ଯିବା ପାଇଁ ବାରିପଦା ବସ୍ଷ୍ଟାଣ୍ଡରେ ବସ୍କୁ ଅପେକ୍ଷା କରିଥିଲେ । ସେହି ସମୟରେ ସଞ୍ଜିତ କୁମାର ଜେନା ବାଇକ୍ରେ ତାଙ୍କୁ ଲିଫ୍ଟ ଦେଇ ଘର ପାଖରେ ଛାଡି ଦେବ ବୋଲି କହିଥିଲା । ଯୁବତୀ ଜଣଙ୍କ ତା’କଥାରେ ବିଶ୍ୱାସ କରି ବାଇକ୍ରେ ଯାଇଥିଲେ । ରାସ୍ତାରେ ଯାଉଥିବା ବେଳେ ଅଧାବାଟରେ ସେ ଏମ୍ଭିଆଇ ଚେକିଂ ହାବୁଡ଼ରେ ପଡ଼ିଥିଲେ । ମେଡିକାଲକୁ ଯାଉଥିବା କହି ସଞ୍ଜିତ ଏମ୍ଭିଆଇ କବଳରୁ ଖସି ଆସି ବାଲିଆଶୁଳୀ ଜଙ୍ଗଲ ମଧ୍ୟକୁ ବାଇକ୍ ନେଇଯାଇଥିଲା । ଜଙ୍ଗଲ ଭିତରେ ଯୁବତୀଙ୍କୁ ଭୁଜାଲି ଦେଖାଇ ବଳାକ୍ରାର କରିଥିଲା । ଯୁବତୀ ଜଣଙ୍କ ସେଠାରେ ଅଚେତ ହୋଇପଡ଼ିଥିବାବେଳେ ତାଙ୍କ ପାଖରେ ଥିବା ସୁନାଗହଣା ଓ ଟଙ୍କା ନେଇ ବଳାକ୍ରାରୀ ଚମ୍ପଟ ମାରିଥିଲା । ଯୁବତୀ ଜଣଙ୍କର ଚେତା ଫେରିବା ପରେ ଜଙ୍ଗଲ ବାହାରକୁ ଆସି ପରିବାର ଲୋକଙ୍କୁ ଫୋନ୍ କରିଥିଲେ । ମାନସିକ ଯନ୍ତ୍ରଣାରେ ଥିବା ଯୁବତୀ ଜଣଙ୍କ ଏନେଇ ୨୦୧୮ଜାନୁଆରୀ ୪ ରେ ମୋରଡା ଥାନାରେ ଏତଲା ଦେଇଥିଲେ । ଏତଲା ମୂଳେ ପୁଲିସ୍ ଅଭିଯୁକ୍ତକୁ ଧରିବା ପାଇଁ ଅନୁସନ୍ଧାନ କରି ଏମ୍ଭିଆଇ ଲିଷ୍ଟରେ ଥିବା ଗାଡି ନମ୍ବରକୁ ଟ୍ରାକ୍ କରି ଆସାମୀ ପାଖରେ ପହଞ୍ଚିବାରେ ସକ୍ଷମ ହୋଇଥିଲା । ଘରେ ଥିବାବେଳେ ସଞ୍ଜିତ କୁ ଗିରଫ କରି ପୁଲିସ୍ ବିଚାର ବିଭାଗୀୟ ଅଦାଲତକୁ ପଠାଇ ଦେଇଥିଲା ।
ବୁଧବାର ଏହି ମାମଲାର ଶୁଣାଣି କରି ମାନ୍ୟବର ବିଚାରପତି ୩୭୬ ଆଇପିସି ଧାରାରେ ୭ ବର୍ଷ ଜେଲ ଦଣ୍ଡ ସହ ୫ ହଜାର ଟଙ୍କା ଜରିମାନାଏବଂ ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ୩୯୨ ଆଇପିସି ଧାରାରେ ୫ ବର୍ଷ ଜେଲ ଦଣ୍ଡ ସହ ୫ ହଜାର ଟଙ୍କା ଜରିିମାନା ଏବଂ ଅନାଦେୟ ଅଧିକ ୬ ମାସ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ନିୟମ ମୁତାବକ ସର୍ବାଧିକ ୭ ବର୍ଷ ଜେଲ୍ ଏବଂ ୫ ହଜାର ଟଙ୍କା ଜରିମାନା ଦେବାକୁ କୋର୍ଟ କହିଛନ୍ତି ।
ସରକାରଙ୍କ ପକ୍ଷରୁ ନିତ୍ୟାନନ୍ଦ ବେହେରା ଏହି ମାମଲା ପରିଚାଳନା କରୁଥିଲେ । ଉେଲ୍ଳେଖନୀୟକି କ ଆସାମୀ ସଞ୍ଜିତ କୁମାର ଜେନା ବିରୋଧରେ ଅନ୍ୟ ଏକ ବଳାକ୍ରାର ମାମଲାରେ ଅତିରିକ୍ତ ଦୌରା ବିଚାରପତି ତଥା ସ୍ୱତନ୍ତ୍ର ଟ୍ରାକ୍ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ଯାହା ଏବେ ହାଇକୋର୍ଟରେ ବିଚାରଧୀନ ଥିବା ସରକାରୀ ଓକିଲ ଶ୍ରୀ ବେହେରା ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.