ଜଙ୍ଗଲ କାଟି ଘର, ଚାଷ ଜମି ତିଆରି ଅଭିଯୋଗ ଛତିଶଗଡ଼ରେ ୧୬ ଓଡ଼ିଆ ଗିରଫ

Get real time updates directly on you device, subscribe now.

ନୂଆପଡ଼ା,(ବି.ବି.ନ୍ୟୁଜ): ଛତିଶଗଡ଼ ସୀମାରେ ଜଙ୍ଗଲ କାଟି ଘର ଏବଂ ଚାଷ ଜମି ତିଆରି ଅଭିଯୋଗରେ ଆଜି ଓଡ଼ିଶାର ୧୬ ଜଣଙ୍କୁ ସେଠାକାର ବନବିଭାଗ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଗୋନ ନିକଟ ଉଚ୍ଛଳା ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି । ଛତିଶଗଡ଼ର ଗରିଆବନ୍ଧ ବନବିଭାଗ ସମସ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା । ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି ।
ଅଭିଯୋଗମତେ, ସିନାପାଲି ବ୍ଲକ ଘାଟମାଲ ପଞ୍ଚାୟତ କାର୍ଯ୍ୟାଳୟରୁ ୫ କିମି ଦୂର ଛତିଶଗଡ଼ ସୀମାନ୍ତ ଉଦନ୍ତୀ ସୀତାନଦୀ ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲ ଦକ୍ଷିଣ ଉଦନ୍ତୀ ଅଭୟାରଣ୍ୟର କର୍ଲାଝର ସର୍କଲ ଅଧିନ ପୁଞ୍ଜିପଥର ବିଟ୍ ଅଞ୍ଚଳରେ ଜଙ୍ଗଲ ସଫା କରି ରାଇଘର ବ୍ଲକ୍ ବିଭିନ୍ନ ଗାଁର ଲୋକେ ଝୁମ୍ପୁଡି ତିଆରି କରି ରହୁଥିଲେ । ଜମିବାଡ଼ି ଅଭାବରୁ ଲୋକେ ଚାଷ ପାଇଁ ପ୍ରାୟ ୫ ଏକର ଜଙ୍ଗଲରେ ଗଛ କାଟି ଚାଷ ଜମି ପ୍ରସ୍ତୁତ କରୁଥିଲେ । ଗତକାଲି ଉଦନ୍ତୀ ବ୍ୟାଘ୍ର ସଂରକ୍ଷଣ ପରିଚାଳକ ଆରଏନ ସୋରୀ, ବନାଞ୍ଚଳ କ୍ଷେତ୍ର ଅଧିକାରୀ ଟିଆର ନରେଟି, କୁହ୍ଲାଘାଟ କ୍ଷେତ୍ର ଅଧିକାରୀ ଆରଏଲ ପଟେଲଙ୍କୁ ନେଇ ବନବିଭାଗର ଏକ ଟିମ ନବନିର୍ମିତ ଉକ୍ତ ବସ୍ତିରେ ଚଢ଼ଉ କରିଥିଲେ । ସେଠାରେ ଅନୁରସିଂ ମାଝି, ଗୁରୁବାରୁ, ଫୁଲସ ରାମ, ଅକବର ରାମ, ବିଜୁ ରାମ, ନକୁଲ ରାମ, ଛତର ସିଂ, ଚମାର ସିଂ, ସୁବଲ ସିଂ, ରାମଚନ୍ଦ୍ର ସିଂ, ଲକ୍ଷ୍ମଣ, ଆଶାରାମ, ଚକ୍ରଧର, ପୁନିତ ରାମ, ଫରସ ରାମ, ରାୟନୁ ରାମ ପ୍ରମୁଖ ୧୬ ଜଣଙ୍କୁ ବେଆଇନ ଗଛ କାଟିବା ଅଭିଯୋଗରେ ଗିରଫ କରିଥିଲେ । ତାଙ୍କଠାରୁ କୋଦାଳ, ଗଏଁତି, ଟାଙ୍ଗିଆ, ଠେଙ୍ଗା, ଧନୁ, ତୀର ଭଳି ବହୁ ଅସ୍ତ୍ରଶସ୍ତ୍ରକୁ ମଧ୍ୟ ଜବତ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons