ଜଣେ ମୃତ, ଅଭିଯୁକ୍ତ ଅଟକ

Get real time updates directly on you device, subscribe now.

ବୀରମହାରାଜପୁର,(ବି.ବି.ନୁ୍ୟଜ): ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଟିିକ୍ରାପଡ଼ାରେ ଆଜି ଅପରାହ୍ନ ୫ଟାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ ହୋଇଛି । ଗୁଳିକାଣ୍ଡରେ ଟିକ୍ରାପଡ଼ାର ଯୁଗେଶ୍ୱର ମେହରଙ୍କ ପୁଅ ବବଲୁ ମେହେର(୨୨)ଙ୍କ ମୃତୁ୍ୟ ହୋଇଛି । ସୁବଳୟା ପୁଲିସ ବନ୍ଧୁକ ଜବତ କରିବା ସହ ଅଭିଯୁକ୍ତ ମୁରଲୀ ମେହେର(୪୦)କୁ ଅଟକ ରଖି ତଦନ୍ତ କରୁଛି । ବର୍ତ୍ତମାନ ସୁଦ୍ଧା ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି ।
ସୂଚନାମତେ, ଟିକ୍ରାପଡ଼ାର ବବଲୁ ମେହେର ଏବଂ ମୁରଲୀ ମେହେରଙ୍କ ପରିବାର ମଧ୍ୟରେ କୌଣସି କାରଣକୁ ନେଇ ମାଡପିଟ ହୋଇଥିଲ । ଏହି ବିବାଦ ଥାନାରୁ କୋର୍ଟ ପର୍ଯ୍ୟନ୍ତ ଯାଇଥିଲା । କୋର୍ଟରୁ ମୁରଲୀ ନାଁରେ ନୋଟିସ ଆସିଥିଲା । ଏହି ନୋଟିସ ପାଇବା ପରେ ମୁରଲୀ ଉତ୍କ୍ଷିପ୍ତ ହୋଇ ବବଲୁ ଘରକୁ ଯାଇ ଗଳିଗୁଲଜ କରିଥିଲା । ଏହାଦେଖି ବବଲୁର ପରିବାର ଲୋକେ ପ୍ରତିବାଦ କରିଥିଲେ । କ୍ରମେ ଝଗଡା ଉଗ୍ର ରୂପ ନେଇ ହାତାହାତି ହୋଇଥିଲା । ଏହାପରେ ମୁରଲୀ ନିଜ ଘରକୁ ଯାଇ ବନ୍ଧୁକ ଆଣି ବବଲୁ ଉପରକୁ ଗୁଳି କରିଥିଲା । ଫଳରେ ଗୁଳି ବାବଲୁର ଡାହାଣ ଜଙ୍ଘରେ ବାଜି ବାହାରି ଯାଇଥିଲା । ଗୁଳିବାଜିବା ପରେ ବବଲୁ ଗୁରୁତର ଆହତ ହୋଇ ତଳେ ପଡିଯାଇଥିଲେ । ଭୟରେ କେହି ତା’ ପାଖକୁ ଯାଇନଥିଲେ । ପରେ ପରିବାର ଲୋକେ ଉଦ୍ଧାର କରି ବୀରମହାରାଜପୁର ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ବବଲୁକୁ ମୃତ ଘୋଷଣା କରିଥିଲେ । ଏନେଇ ବର୍ତ୍ତମାନ ସୁଦ୍ଧା ସୁବଳୟା ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ବେଳେ ପୁଲିସ ଅଭିଯୁକ୍ତ ମୁରଲୀ ମେହେରକୁ ଥାନାରେ ଅଟକ ରଖି ତଦନ୍ତ କରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons