ଜନ୍ମଦିନରେ ଗଲା ଜୀବନ

Get real time updates directly on you device, subscribe now.

ରାଉରକେଲା,(ବି.ବି.ବୁ୍ୟରୋ): ଆଜି ଥିଲା ଜନ୍ମଦିନ । କର୍ମସ୍ଥଳରୁ ଛୁଟି ନେଇ ଜନ୍ମଦିନ ପାଳନ କରିବାକୁ ଯାଇଥିଲେ । ହେଲେ ଏହି ଦିନ ତାଙ୍କ ପାଇଁ ଶେଷ ଦିନ ପାଲଟିଗଲା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଉରକେଲାରେ ।
ଶିଳ୍ପାଞ୍ଚଳ ସ୍ଥିତ ଇଏସ୍ଆଇ ମେଡିକାଲ ନିକଟରେ ରହୁଛନ୍ତି ଅର୍ପନ ଇନ୍ଦୁୱାର (୧୯) । ସେ ବାପା ମାଆ ଏକ ମାତ୍ର ପୁଅ । ସେ ଏକ ଗାଡ଼ି ଶୋ’ ରୁମରେ କାମ କରନ୍ତି । ଆଜି ତାଙ୍କର ଜନ୍ମ ଦିନ ଥିବାରୁ ଶୋ’ରୁମକୁ ଯାଇ ଛୁଟି ନେବା ପରେ ସଂଧ୍ୟା ସମୟରେ ସାଙ୍ଗମାନଙ୍କୁ ଭୋଜି ଦେବେ ବୋଲି କହିଥିଲେ । ଏକ ବାଇକ୍ରେ ଜଗଦା ଅଞ୍ଚଳର ଦୁଇ ଜଣ ଯୁବତୀଙ୍କୁ ସାଙ୍ଗରେ ନେଇ ସେ କାଂସବାହାଲର ପୀତାମହଲ ଡ୍ୟାମକୁ ଯାଇଥିଲେ । ସେଠାରୁ ସଂଧ୍ୟା ୬ଟା ସମୟରେ ଫେରୁଥିବା ୧୦ ନମ୍ବର ରାଜ୍ୟ ରାଜପଥର ଗୋଟିଧର ନିକଟରେ ଏକ ଅଜଣା ଗାଡ଼ି ବାଇକ୍କୁ ଧକ୍କା ଦେଇ ପଳାଇ ଯାଇଥିଲା । ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଚିକିତ୍ସା ଲାଗି ପୁଲିସ୍ ରାଉରକେଲା ସରକାରୀ ଡାକ୍ତରଖାନାକୁ ଆଣିଥିଲା । ହେଲେ ଅର୍ପନଙ୍କ ମୃତୁ୍ୟ ଘଟିଥିବା ବେଳେ ଯୁବତୀ ଦ୍ୱୟଙ୍କ ଅବସ୍ଥା ଗୁରୁତର ରହିଛି । ଏହି ଘଟଣା ଜଣାପଡ଼ିବା ପରେ ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons