ଜନ୍ମବେଦିକୁ ଯିବେ ଶ୍ରୀବିଗ୍ରହ

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ବୁଧବାର ଜନ୍ମବେଦିରେ ଅଧିÂିତ ହେବେ ଚତୁର୍ଦ୍ଧାମୂର୍ତ୍ତି । ବର୍ଷକ ପରେ ଆସିଛି ସେହି ଶୁଭ ମୁହୂର୍ତ୍ତ । ରଥାରୁଢ ଠାକୁରେ ପହଣ୍ଡି ହୋଇ ଗୁଣ୍ଡିଚାଘର ଜନ୍ମବେଦିରେ ବିଜେ ହେବେ । ଶ୍ରୀମନ୍ଦିର ପ୍ରଶାସନ ଏଥିପାଇଁ କରିଛି ସ୍ୱତନ୍ତ୍ର ପ୍ରସ୍ତୁତି । ଅପରାହ୍ନ ସାଢେ ୫ଟା ପହଣ୍ଡି ସମୟ ଧାର୍ଯ୍ୟ ହୋଇଥିବା ସୂଚନା ମିଳିଛି ।
ବୁଧବାର ରଥରେ ଠାକୁରଙ୍କ ସନ୍ଧ୍ୟାଧୂପ ସରିଲେ ଡୋରଲାଗି ହୋଇ ବିଜେ କାହାଳୀ ବାଜିବ । ଶ୍ରୀବିଗ୍ରହଙ୍କ ଗୁଣ୍ଡିଚାଘରକୁ ପହଣ୍ଡି ପର୍ବର ଶୁଭାରମ୍ଭ ହେବ । ପୂର୍ବରୁ ଯଥାବିଧି ଠାକୁରଙ୍କ ନୀତିକାନ୍ତି ସମ୍ପନ୍ନ ହେବ । ସକାଳୁ ରଥ ଉପରେ ଠାକୁରଙ୍କ ମଙ୍ଗଳାଳତି ଅନୁÂିତ ହେବ । ତଡ଼ପଲାଗି ଓ ଅବକାଶ ନୀତି ବଢି ବେଶ ହେବେ ଚତୁର୍ଦ୍ଧାମୂର୍ତ୍ତି । ଏହାପରେ ବଲ୍ଲଭ ନୀତି ବଢି ସକାଳଧୂପ ଅନୁÂିତ ହେବ । ଭୋଗରେ ମୁଗ, କୋରା ଆଦି ଶୁଖିଲା ଭୋଗ ସହ ଫଳମୂଳ ଭୋଗ ଲାଗିବ । ଏହାପରେ ଯାତ୍ରାଙ୍ଗୀ ମହାସ୍ନାନ ସମ୍ପନ୍ନ ହେବ । ପରେ ଦ୍ୱିପହର ଧୂପ ସରି ସନ୍ଧ୍ୟାଆଳତି ଅନୁÂିତ ହେବ । ଠାକୁରଙ୍କ ସନ୍ଧ୍ୟାଧୂପ ପରେ ଚାରମାର ଲାଗି ପହଣ୍ଡି ପ୍ରସ୍ତୁତି ହେବ । ଜନ୍ମବେଦିରେ ଅଧିÂିତ ହେବାପରେ ଠାକୁରେ ମହାସ୍ନାନ ହେବେ । ସୂର୍ଯ୍ୟପୂଜା ଦ୍ୱାରପାଳ ପୂଜା ବଢି ବଡ଼ସିଂହାର ଭୋଗ ଅନୁÂିତ ହେବ । ଆସନ୍ତାକାଲିର ନୀତିକୁ ଦେଖି ସମୟରେ ପରିବର୍ତ୍ତନ ଆସିପାରେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons