
ସାକ୍ଷୀଗୋପାଳ,(ବି.ବି.ନ୍ୟୁଜ୍): ବିଶିଷ୍ଟ ଜନନାୟକ, ଦେଶଭକ୍ତ, ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ଜନ୍ମସ୍ଥାନ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ସୁଆଣ୍ଡୋ ଗ୍ରାମ, ଶିକ୍ଷା ଗ୍ରହଣ କରିଥିବା ରୂପଦେଇପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳ, କର୍ମସ୍ଥଳୀ ଓ ମହାପ୍ରୟାଣସ୍ଥଳୀ ସତ୍ୟବାଦୀଠାରେ ଆଜି ତାଙ୍କ ୯୧ତମ ଶ୍ରାଦ୍ଧବାର୍ଷିକରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ତୀର୍ଥ ପୁଷ୍କରିଣୀ ରାଧାକୁଣ୍ଡଠାରେ ଉକ୍ରଳମଣି ବନ ବିଦ୍ୟାଳୟ ସ୍ଥାପନ କରିଥିଲେ । ପରବର୍ତ୍ତୀ ସମୟରେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । ଏହି ବିଦ୍ୟାଳୟର ପୁରାତନ ଛାତ୍ରମାନେ ଆଜି ତିଳତର୍ପଣ କରିଥିଲେ ।
ସତ୍ୟବାଦୀସ୍ଥିତ ଉକ୍ରଳମଣିଙ୍କ ମହାପ୍ରୟାଣ ସ୍ଥଳୀରେ ପ୍ରାର୍ଥନା ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା । ବନ ବିଦ୍ୟାଳୟ ଓ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ସ୍ଥାପିତ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଥିବା ଉକ୍ରଳମଣିଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଇଣ୍ଡୋ-ଜାପାନ କେନ୍ଦ୍ରର ଜାପାନ ସଦସ୍ୟା ତୋମାକୋ ତେଜୁକାଙ୍କ ସହ ସମସ୍ତେ ବୃକ୍ଷରୋପଣ କରିଥିଲେ । ଉକ୍ରଳମଣିଙ୍କ କର୍ମକ୍ଷେତ୍ର କାଦୁଆ ଆଶ୍ରମରେ ଉକ୍ରଳମଣି ଓ ଜାତିର ଜନକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ସେହିପରି ଉକ୍ରଳମଣିଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଗ୍ରାମ ଓ ପାଥମିକ ଶିକ୍ଷା ଲାଭ କରିଥିବା ରୂପଦେଈପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଥିଲା ।
ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ, ପ୍ରାଥମିକ ଶିକ୍ଷକ ଶିକ୍ଷାନୁଷ୍ଠାନ ଓ କାଦୁଆ ଆଶ୍ରମ, ରୂପଦେଈପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ନବଘନ ଶତପଥୀ, ମନମୋହନ ମୁଦୁଲି ଓ ସୂର୍ଯ୍ୟ ନାରାୟଣ ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Comments are closed, but trackbacks and pingbacks are open.