ଜବତ ଟ୍ରକରୁ ବାହାରିଲା ୧୧୧୪ କେଜି ଗଞ୍ଜେଇ

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ୍): ରାୟଗଡ଼ା ପୁଲିସ ଗୋଟିଏ ଟ୍ରକ ସହ ବିପୁଳ ଗଞ୍ଜେଇ ଶନିବାର ଜବତ କରିଥିଲା । ଓଜନ ପରେ ସେଥିରୁ ୧୧୧୪ କେଜି ଗଞ୍ଜେଇ ବାହାରିଥିବା ଅତିରିକ୍ତ ଏସପି ଅନନ୍ତ ନାରାୟଣ ମହାନ୍ତି ସୂଚନା ଦେଇଛନ୍ତି । ଫେରାର୍ ଡ୍ରାଇଭରକୁ %ରିବା ପାଇଁ ଉଦ୍ୟମ ଚାଲିଥିବା ସେ କହିଛନ୍ତି ।
ଘଟଣାରୁ ପ୍ରକାଶ ଯେ, ଏକ ଟ୍ରକ(ଏମଏଚ-୧୯-ଜେଡ-୫୩୦୮)ନିଖୋଜ ହୋଇଯାଇଥିବା ଟ୍ରକ ମାଲିକ ଅଖିଲବିକାନ ପିଞ୍ଜାରୀ ଜାଣିବାକୁ ପାଇଥିଲେ । ନିଜ ଟ୍ରକରେ ଲାଗିଥିବା ଟ୍ରାକର ଜରିଆରେ ଗାଡିକୁ ଠାବ କରିଥିଲେ । ତାହା ରାୟଗଡ଼ା ଥାନା ଅଞ୍ଚଳରେ ଥିବା ଜାଣିବା ପରେ ସେ ମହାରାଷ୍ଟ୍ରରୁ ଆସିଥିଲେ । ପୁଲିସ ଟ୍ରକଟିକୁ ଠାବକରି ସ୍ଥାନୀୟ ଆମ୍ବଗୁଡ଼ା ନିକଟରୁ ପାଇଥିଲା । ଟ୍ରକକୁ ମାଲିକ ଅଖିଲ ଚିହ୍ନଟ କରିବା ପରେ ତାହାକୁ ଯାଞ୍ଚ କରାଯାଇଥିଲା । କାର୍ଟୁନ ବୋଝେଇ ଟ୍ରକରେ ଯାଞ୍ଚ କରିବା ବେଳେ ୪୫ଟି ପ୍ୟାକେଟରେ ୧୧୧୪ କେଜି ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡିଥିଲା । ମାଜିଷ୍ଟ୍ରଟଙ୍କ ଉପସ୍ଥିତିରେ ଓଜନ କରାଯିବା ପରେ ସବିଶେଷ ତଥ୍ୟ ପ୍ରଦାନ କରାଯାଇଥିବା ପୁଲିସ କହିଛି । ଅନ୍ୟପକ୍ଷେ ଟ୍ରକର ଡ୍ରାଇଭର ଓ ଅନ୍ୟ କର୍ମଚାରୀଙ୍କୁ %ରିବା ନିମନ୍ତେ ପୁଲିସ ଜାଲ ବିଛାଇଛି । ଟ୍ରକଟି କୋରାପୁଟ ଜିଲ୍ଲାରୁ ରାୟଗଡ଼ା ଦେଇ ମଧ୍ୟପ୍ରଦେଶ କିମ୍ବା ମହାରାଷ୍ଟ୍ରକୁ ଗଞ୍ଜେଇ ଚାଲାଣ କରୁଥିବା ପୁଲିସ ଅନୁମାନ କରିଛି । ଏ ନେଇ ଥାନାରେ ୩୪୯/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଅତିରିକ୍ତ ଏସପି ଶ୍ରୀ ମହାନ୍ତି କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons