ଜାତୀୟ ରାଜପଥରେ ଭୂସ୍ଖଳନ :ମାଟି ଦବି ୧୦ ଫୁଟର ଗର୍ତ୍ତ

Get real time updates directly on you device, subscribe now.

ଫୁଲବାଣୀ, (ବି.ବି.ନୁ୍ୟଜ୍): ଫୁଲବାଣୀ ସହର ମଧ୍ୟ ଦେଇ ଯାଇଥିବା ରାଞ୍ଚି- ବିଜୟୱାଡ଼ା ଜାତୀୟ ରାଜପଥରେ ୧୦ ଫୁଟର ଗର୍ତ୍ତ । ସହରର ଏଫ୍ସିଆଇ ଛକ ନିକଟ ରାସ୍ତା ମଝିରେ ବୁଧବାର ଭୂସ୍ଖଳନ ହୋଇ ଏହି ଗର୍ତ୍ତ ସୃଷ୍ଟି ହେଇଛି । ମଧ୍ୟାହ୍ନ ପ୍ରାୟ ୧ଟା ବେଳେ ଉକ୍ତ ରାସ୍ତା ଦେଇ ଏକ ୧୦ ଚକିଆ ଟ୍ରକ୍ ଯିବାର ମାତ୍ର କିଛି ସେକଣ୍ଡ୍ ମଧ୍ୟରେ ରାସ୍ତାରେ ୩ ଫୁଟକୁ ୩ ଫୁଟ ଓସାରରେ ୧୦ ଫୁଟ ଗଭୀରର ଗର୍ତ୍ତ ସୃଷ୍ଟି ହେଇଥିଲା । ଅବସ୍ଥା ଏମିତି ହୋଇଥିଲା ଯେ ପୁଲିସ ହସ୍ତକ୍ଷେପ କରି ରାସ୍ତା ଜଗିବା ସହ ଯାତାୟତକୁ ନିୟନ୍ତ୍ରିତ କରିଥିଲା ।
ଗଭୀର ଗର୍ତ୍ତ ସୃଷ୍ଟି ହେବା ମାତ୍ରେ ଉକ୍ତ ରାସ୍ତା ଦେଇ କିଛି ସମୟ ଯାତାୟାତ ବନ୍ଦ ହୋଇଯାଇଥିଲା । ଲୋକଙ୍କ ଠାରୁ ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ସେଠାରେ ଷ୍ଟପ୍ ବୋର୍ଡ ଲଗାଇଥିଲା । ସ୍ଥାନୀୟ ବାସିନ୍ଦା ପ୍ରଶାନ୍ତ ମହାନ୍ତି ଓ ଗର୍ତ୍ତ ହୋଇଥିବା ସ୍ଥାନ ନିକଟରେ ଗ୍ୟାରେଜ୍ କରିଥିବା ସରୋଜ ବେହେରାଙ୍କ କହିବା ମୁତାବକ ଉକ୍ତ ସ୍ଥାନ ନିକଟରେ ଏକ ବ୍ରିଜ୍ ୪ ବର୍ଷ ତଳେ ନିର୍ମିତ ହୋଇଥିଲା । ନିମ୍ନମାନର କାମ ଓ ବୈଷୟିକ ତୃଟି ଯୋଗୁଁ ସେହି ଶଙ୍ଖ ଦେଇ ଯାଉଥିବା ପାଣି ଯୋଗୁଁ ତଳପଟର ମାଟି ଧୋଇ ହୋଇ ଯାଉଥିଲା । ଲଗାତର ଏପରି ମାଟି ଧୋଇ ହୋଇ ରାସ୍ତା ତଳ ଖାଲ ହୋଇଯାଇଥିବା ବେଳେ ଭାରୀ ଯାନ ଯାତାୟାତ ଯୋଗୁଁ ସେହି ସ୍ଥାନ ଦବି ଯାଇ ଗର୍ତ୍ତ ହୋଇଥିବା ଅନୁମାନ କରାଯାଉଛି । ଜାତୀୟ ରାଜପଥ କନିÂ ଯନ୍ତ୍ରୀ ଇଂ ଘାସିରାମ ସ୍ୱାଇଁ କହିଛନ୍ତି ଯେ- ବର୍ତ୍ତମାନ ରାଜପଥକୁ ମରାମତି କରାଯାଉଛି । ନିକଟରେ ଥିବା କଲ୍ଭର୍ଟକୁ ନିର୍ମାଣ କରାଯିବା ନେଇ ପଦକ୍ଷେପ ଗ୍ରହଣ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons