ଜିଏସଟି ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

Get real time updates directly on you device, subscribe now.

ରାଉରକେଲା,(ବି.ବି.ନୁ୍ୟଜ): ରାଉରକେଲା ଏସିଟିଓ ତଥା ଜିଏସ୍ଟି ଅଧିକାରୀଙ୍କ ଘରେ ଆଜି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଅଧିକାରୀ ଜଣଙ୍କ ହେଉଛନ୍ତି ଅଲେଖ ମହାନନ୍ଦ ।
ଆଜି ଭୋରୁ ରାଉରକେଲା ଭିଜିଲାନ୍ସର ଏକ ଟିମ୍ ଛେଣ୍ଡ ସ୍ଥିତ ଅଲେଖଙ୍କ ବାସଭବନ ଏଲ୍/୧୯୯ ଫେଜ୍-୧ରେ ଚଢାଉ କରି ସମ୍ପତ୍ତିର ତାଲିକା ଛାନବିନ୍ କରିଥିଲେ । ସେହିପରି ଶ୍ରୀ ମହାନନ୍ଦଙ୍କର ଉଽିତନଗର ସ୍ଥିତ ବାସଭବନ, କାର୍ଯ୍ୟାଳୟ, ପୈତୃକ ଗ୍ରାମ ଭଷ୍ମା ଥାନା ଅନ୍ତର୍ଗତ ମଙ୍ଗସପୁର ସ୍ଥିତ ବାସଭବନ, ସୁନ୍ଦରଗଡ଼ ଗୋପାଳପୁର ଥାନା ଅନ୍ତର୍ଗତ ଚକରପୁର ସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘରେ ଏକାସାଙ୍ଗରେ ଚଢାଉ କରାଯାଇଥିଲା । ଖବର ଲେଖାହେବା ସୁଦ୍ଧା ଭିଜିଲାନ୍ସ ପକ୍ଷରୁ ଯାଞ୍ଚ ଜାରି ରହିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons