ପୁରୀ,(ବି.ବି.ନୁ୍ୟଜ୍): ଶ୍ରୀମନ୍ଦିର ସୁରକ୍ଷା ଜୋନ ଇଲାକାରେ ଉଚ୍ଛେଦ ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନ ତା’ର ଆଭିମୁଖ୍ୟକୁ ବୁଧବାର ଦିନ ଦୋହରାଇଛି । ସୁରକ୍ଷା ଜୋନ୍ର ରହିଥିବା ବିପଦସଙ୍କୁଳ ମଠ, କୋଠା, ବେଆଇନ କୋଠାକୁ ଭଙ୍ଗାଯିବ । ମଠ ମନ୍ଦିର( ଠାକୁରଘର)କୁ ଉଚ୍ଛେଦ ପ୍ରକିୟାରୁ ବାଦ ଦିଆଯିବ । ସରକାରଙ୍କ ଘୋଷଣା ମୁତାବକ ପୁନର୍ବାସ ଏବଂ ଥଇଥାନ କରାଯିବ ବୋଲି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି ।
ଶ୍ରୀମନ୍ଦିର ସୁରକ୍ଷା ଜୋନ ଇଲାକାର ଉଚ୍ଛେଦ ନେଇ ବିମୁଖ ଶ୍ରୀକ୍ଷେତ୍ର ସୁରକ୍ଷା ମଞ୍ଚ ପ୍ରତିନିଧିମାନଙ୍କ ସହ ଆଲୋଚନା ପରେ ଜିଲ୍ଲାପାଳ ଏଭଳି ଟିପ୍ପଣୀ ଦେଇଛନ୍ତି । ଏଥିରୁ ସୂଚନା ମିଳିଛି ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଉଚ୍ଛେଦ ପ୍ରକି୍ରୟାରେ ତାର ପୂର୍ବ ମତକୁ ଦୋହରାଇଛି ।
ବୁଧବାର ଦିନ ଶ୍ରୀମନ୍ଦିର ସୁରକ୍ଷା ଜୋନ ଭିତରେ ଉଚ୍ଛେଦ ପ୍ରସଙ୍ଗରେ ଶ୍ରୀକ୍ଷେତ୍ର ସୁରକ୍ଷା ମଞ୍ଚର ୧୫ ଜଣିଆ ପ୍ରତିନିଧିମଣ୍ଡଳୀ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ନେତୃତ୍ୱରେ ଆଲୋଚନାରେ ସାମିଲ ହୋଇଥିବା ବରିÂ ଆଇନଜୀବୀ, ପ୍ରାକ୍ତନ ପ୍ରଶାସକ, ବୁଦ୍ଧିଜୀବୀ, ମଠ ମହନ୍ତ ପ୍ରମୁଖ ଜିଲ୍ଲା ପ୍ରଶାସନ ଆଗରେ ମତ ଉପସ୍ଥାପନ କରିଥିଲେ । ଆଲୋଚନା ବେଳେ ମଞ୍ଚ ପ୍ରତିନିଧିମାନେ କହିଥିଲେ ଉଚ୍ଛେଦ ପୂର୍ବରୁ ଆଗ ଥଇଥାନ କରାଯାଉ । ବିସ୍ଥାପିତମାନଙ୍କୁ ଉଚ୍ଛେଦ ପୂର୍ବରୁ କ୍ଷତିପୂରଣ ଦିଆଯାଉ । ସହମତିରେ ଉଚ୍ଛେଦ କରାଯାଉ । ପୁରୀର ବିକାଶକୁ ମଞ୍ଚ ସ୍ୱାଗତ କରୁଛି । ଏହି ଆଲୋଚନାରୁ ସୂଚନା ମିଳିଛି ଜିଲ୍ଲା ପ୍ରଶାସନ ଏବଂ ମଞ୍ଚ ମଧ୍ୟରେ ଉଚ୍ଛେଦ ନେଇ ସହମତି ହୋଇ ପାରିନାହିଁ ।
ଆଲୋଚନା ପର୍ଯ୍ୟାୟରେ ମଞ୍ଚ ପ୍ରତିନିଧି କହିଥିଲେ ନବକଳେବର ବେଳେ ଶ୍ରୀମନ୍ଦିର ଚାରି ପାଖରୁ ଉଚ୍ଛେଦର କ୍ଷତିପୂରଣ ଟଙ୍କା ଆହୁରି ମିଳିନାହିଁ । ସେହିଭଳି ସୁପ୍ରିମକୋର୍ଟ ରାୟକୁ ଆଧାର କରି ଶ୍ରୀମନ୍ଦିର ପ୍ରଶାସନ ପୁରୀ ସହର ଏବଂ ଶ୍ରୀମନ୍ଦିର ଚାରି ପାଖର ଭୂସମ୍ପତ୍ତିକୁ ନିଜ ମାଲିକାନାକୁ ନେଇଯାଇଛି । ଏହି କାରଣରୁ ସରକାରଙ୍କ ଘୋଷଣା ମୁତାବକ ଜମି ହରାଉଥିବା ବିସ୍ଥାପିତଙ୍କୁ କ୍ଷତିପୂରଣ ତଥା ଅନ୍ୟ ସୁବିଧା ସୁଯୋଗ ପାଇବେ ନାହିଁ ବୋଲି ମଞ୍ଚ ପ୍ରତିନିଧିମାନେ ଆଶଙ୍କା ପ୍ରକାଶ କରିଥିଲେ । ଉଚ୍ଛେଦ ପୂର୍ବରୁ ସମସ୍ତ ବିସ୍ଥାପିତଙ୍କ ସହମତି ନିଆଯାଉ, ଉଚ୍ଛେଦ ପୂର୍ବରୁ ଜନଶୁଣାଣି ହେଉ, ଆଗ ଥଇଥାନ ଆଉ କ୍ଷତିପୂରଣ ଦେବାକୁ ମଞ୍ଚ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦେଇଛି ।
ମଞ୍ଚ ସହ ଆଲୋଚନା ପରେ ପୁରୀ ଜିଲ୍ଲାପାଳ ଶ୍ରୀସିଂହ କହିଥିଲେ ସରକାରଙ୍କ ଜମି ଅଧିଗ୍ରହଣ ନୀତି, ଥଇଥାନ ଏବଂ ପୁନର୍ବାସ ନୀତି ଅନୁସାରେ ଉଚ୍ଛେଦ ହେବ । ଶ୍ରୀମନ୍ଦିର ସୁରକ୍ଷା ଜୋନ ମଧ୍ୟରେ ରହିଥିବା ସମସ୍ତ ବିପଦସଙ୍କୁଳ ମଠ କୋଠା, ଘରୋଇ କୋଠା, ବେଆଇନ ନିର୍ମାଣକୁ ଉଚ୍ଛେଦ କରାଯିବ । ମଠ ପରିସରରେ ପୂଜାସ୍ଥାନ, ମନ୍ଦିରଗୁଡିକୁ ଭଙ୍ଗାଯିବ ନାହିଁ । ମଠ ପରମ୍ପରା ସହ ଯୋଡି ରହିଥିବା ଏହି ସବୁ ଅନୁÂାନକୁ ଉଚ୍ଛେଦ କରାଯିବ ନାହିଁ । ଏହି ସବୁର ରକ୍ଷଣାବେକ୍ଷଣ କରାଯିବ । ଆଉ କିଛି ଦିନ ପରେ ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଉଚ୍ଛେଦ ପୁଣି ଆରମ୍ଭ ହେବ । ଉଚ୍ଛେଦ ତାରିଖ ଜଣାଇ ଦିଆଯିବ ।
Comments are closed, but trackbacks and pingbacks are open.