ଜୁନ୍ ୨୨ ସୁଦ୍ଧା ରଥ କାମ ଶେଷ କର:ହାଇକୋର୍ଟ

Get real time updates directly on you device, subscribe now.

କଟକ,(ବି.ବି.ନୁ୍ୟଜ୍): ଜୁନ୍ ୨୩ ତାରିଖରେ ପଡ଼ୁଛି ମହାପ୍ରଭୁଙ୍କ ରଥଯାତ୍ରା । ତେଣୁ ଜୁନ୍ ୨୨ ସୁଦ୍ଧା ରଥ ନିର୍ମାଣ କାମ ସାରିବାକୁ ନିଦେ୍ର୍ଧଶ ଦେଇଛନ୍ତି ହାଇକୋର୍ଟ । ଦାୟର ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏପରି ନିଦେ୍ର୍ଧଶ ଦେଇଛନ୍ତି ହାଇକୋର୍ଟ । ଅପରପକ୍ଷେ ରଥ ନିର୍ମାଣ କାମ ଜୋରସୋରରେ ଆଗେଇ ଚାଲିଥିବା ବେଳେ ଜୁନ୍ ୨୨ ତାରିଖ ସୁଦ୍ଧା ନିର୍ମାଣ କାମ ଶେଷ ହେବ ବୋଲି କୋର୍ଟଙ୍କୁ ଅବଗତ କରାଇଛନ୍ତି ଏଜି । ଚଳିତ ବର୍ଷ ଲକ୍ଡାଉନ୍ କଟକଣା ଯୋଗୁ ଧାର୍ଯ୍ୟ ଅକ୍ଷୟ ତୃତୀୟା ଦିନ ଆରମ୍ଭ ହୋଇ ପାରି ନଥିଲା ରଥ ନିର୍ମାଣ କାମ । ହେଲେ ୧୩ ଦିନ ବିଳମ୍ବରେ ଗତ ୮ ତାରିଖରୁ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଆରମ୍ଭ ହୋଇଛି ରଥ ନିର୍ମାଣ କାମ । ଯୁଦ୍ଧକାଳୀନ ଭିତ୍ତିରେ କାମ ଆଗେଇ ଚାଲିଥିବା ବେଳେ କରୋନା ସଂକ୍ରମଣ ରୋକିବାକୁ ମଧ୍ୟ ରଥଖଳାରେ ହୋଇଛି ବ୍ୟାପକ ପ୍ରସ୍ତୁତି ।କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଗାଇଡ଼୍ ଲାଇନ୍ ମାନି ରଥ ନିର୍ମାଣରେ ନିୟୋଜିତ ଥିବା ସମସ୍ତେ ବାଧ୍ୟତାମୂଳକ ମାସ୍କ ପିନ୍ଧୁଥିବା ବେଳେ ସାନିଟାଇଜର ବ୍ୟବହାର ସହ ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି । ରଥଖଳାକୁ ଚାରି ପାଖରୁ ସମ୍ପୂର୍ଣ୍ଣ କନା ଘୋଡ଼ଣୀ ଦିଆଯାଇଛି । ସେପଟେ ରଥ କାମରେ ଲାଗିଥିବା ସବୁ ସେବାୟତଙ୍କ କରୋନା ଯେଷ୍ଟ କରିବାକୁ ସରକାର ସ୍ଥିର କରିଛନ୍ତି । ତା’ ସହ ୧୫୦ରୁ ଅଧିକ ବଶ୍ୱକର୍ମା ମହାରଣାଙ୍କୁ ଦୁଇଟି ଭକ୍ତ ନିବାସରେ ରଖାଯିବା ସହ ଖାଦ୍ୟପେୟ ବ୍ୟବସ୍ଥା କରାଯାଇଛି । ନିୟମିତ ସେମାନଙ୍କୁ ସ୍ୱତନ୍ତ୍ର ବସ୍ରେ ରଥଖଳାକୁ ନିଆଯାଉଥିବା ଜଣାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons