ପାରାଦୀପ,(ବି.ବି.ନୁ୍ୟଜ୍): ‘କରୋନା’ ଭଳି ମହାମାରୀ ସମୟରେ ଜିଲ୍ଳା ପ୍ରଶାସନ ଜେଏସ୍ଡବ୍ଲୁ୍ୟ ପ୍ରକଳ୍ପର ଜମି ଦଧିଗ୍ରହଣ ପାଇଁ ଏରସମାରେ ଏକ ବୈଠକ କରୁଥିବା ନେଇ ଢିଙ୍କିଆ ଗ୍ରାବବାସୀ ଅଭିଯୋଗ କରିଛନ୍ତି । ଏହି ବୈଠକକୁ ବିରୋଧ କରି ଢିଙ୍କିଦା ଫୁଲଖାଇ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା । ଏଭଳି ବିପତ୍ତି ସମୟରେ ଜମି ଅଧିଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ମସୁଧା କରୁଥିବା ଘଟଣାକୁ ବୈଠକରେ ନିନ୍ଦା କରାଯାଇଛି । ଦୀର୍ଘ ୧୫ ବର୍ଷ ହେଲା ଢିଙ୍ଗିଦା ପଞ୍ଚାୟତବାସିନ୍ଦା ତାଙ୍କର ପାନ, ମୀନ ଓ ଧାନକୁ ରକ୍ଷା କରିବାକୁ ସଂଗ୍ରାମ ଜାରି ରଖିଥିବା ବେଳେ ଜିଲ୍ଲା ପ୍ରଶାସନ ବାରମ୍ବାର ବୈଠକ ଡ଼କାଇ ଏହାକୁ ଭଣ୍ଡୁର କରିବାକୁ ଯୋଜନା କରୁଥିବା ଅଭିଯୋଗ ଉଠିଛି । ତେଣୁ ପ୍ରଶାସନ ଓ କମ୍ପାନିର ମିଳିତ ହୀନ ଉଦ୍ୟମକୁ ପଣ୍ଡୁ କରିବାକୁ ଏହି ବୈଠକର ଆୟୋଜନ ହୋଇଥିବା ଜଣାପଡ଼ିଛି । ଏପରିକି ଆଗାମୀ ଦିନରେ ଗ୍ରାମବାସୀ ଜାତୀୟ ମାନବାଧିକାର କମିସନଙ୍କ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି । ବୈଠକରେ ଢିଙ୍କିଆ ପଞ୍ଚାୟତ ସମିତି ସଭ୍ୟ ଦେବେନ୍ଦ୍ର ସ୍ୱାଇଁ, ସୁଷମା ଦାସ, ରେବତୀ ଦାସ, ନିତ୍ୟାନନ୍ଦ ସ୍ୱାଇଁ, ଧୃବ ସ୍ୱାଇଁ, ଘନଶ୍ୟାମ ଦାସ, ବାବୁରାମ ସାହୁଙ୍କ ସମେତ ବହୁ ପ୍ରକଳ୍ପ ବିରୋଧୀ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.