ଜେଲ୍ରେ ନିଶା କାରବାର: ଖୋର୍ଦ୍ଧା ପରେଏବେ ଝାରପଡ଼ାରେ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ଖୋର୍ଦ୍ଧା ଜେଲ୍ରେ ବେଧଡ଼କ ଭାବେ ନିଶା କାରବାର ଚାଲିଥିବାର ଭଡିଓ କିଛି ଦିନ ପୂର୍ବେ ଭାଇରାଲ ହୋଇଥିବା ବେଳେ ଏବେ ଝାରପଡ଼ା ଜେଲ ଭିତର ଦୃଶ୍ୟ ବାହାରକୁ ଆସିିଛି । ରାଜଧାନୀ ଛାତି ଉପରେ କଡ଼ା ସୁରକ୍ଷା ବଳୟରେ ଥିବା ଝାରପଡ଼ା ଜେଲରେ ବହୁ ହାଡ୍କୋର କ୍ରିମିନାଲ ଥିବା ବେଳେ ସେଠାରେ ଆଇନାଶୃଙ୍ଖଳା ବ୍ୟବସ୍ଥା କିପରି ରହିଛି ତାହାଭାଇରାଲ ହୋଇଥିବା ଭିଡିଓରୁ ସ୍ପଷ୍ଟ ଜଣାପଡୁଛି । ଜେଲ୍ ଭିତରେ ୨୪ ଘଣ୍ଟିଆ ପହଣା ଚାଲିଥିବା ବେଳେ ଖୁଲମଖୁଲା ଚାଲିଛି ନିଶା କାରବାର । ଜେଲ ଭିତରେ ଗଞ୍ଜେଇ, ସିଗାରେଟ ଓ ଟଙ୍କା ଦିଆନିଆର ଭିଡିଓ ଭାଇରାଲ ପରେ ଏନେଇ ବହୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଜେଲର କଡ଼ା ସୁରକ୍ଷା ବଳୟ ମଧ୍ୟରୁ କିପରି ଭାବେ ଏଭଳି ନିଶା ଦ୍ରବ୍ୟ ସହ ପୁଳା ପୁଳା ଟଙ୍କା ଯାଉଛି, ତାହାକୁ ନେଇ ଲୋକଙ୍କ ମନରେ ସନେ୍ଦହ ଉପୁଜିଛି । ଏହି ଭିଡିଓ କେବେ ଓ କିଏ ଉତ୍ତୋଳନ କରିଥିଲା । ତଥା କିଭଳି ତାହା ପଦାକୁ ଆସିଲା ତାହା ସ୍ପଷ୍ଟ ହୋଇନି । ଝାରପଡ଼ା ଘଟଣା ଏକ ଚିନ୍ତାଜନକ ବିଷୟ ହୋଇଥିବା ବେଳେ ଏହାର ତଦନ୍ତ ହେବ ବୋଲି କହିଛନ୍ତି ଜେଲ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons