
ନୀଳଗିରି: ଆଦିବାସୀ ପିଲାଙ୍କ ଷ୍ଟାଇପେଣ୍ଡ ଟଙ୍କା ହଡପ ଅଭିଯୋଗ ପରେ ବିଭାଗୀୟ ଅଧିକାରୀ ତଦନ୍ତ କରି ସଂପୃକ୍ତ ପୁର୍ବତନ ପ୍ରଧାନ ଶିକ୍ଷକଙ୍କ ନାଁରେ କ୍ରିମିନାଲ ପ୍ରସେଡିଂ ହେବାକୁ ଜିଲ୍ଲା ଶିକ୍ଷାଧିକାରୀ ନିର୍ଦେଶ ଦେଇଥିଲେ । ଏହାପରେ ଥାନାରେ ଅଭିଯୋଗ ପରେ ପୋଲିସ ଜୈନିକ ପ୍ରଧାନଶିକ୍ଷକଙ୍କୁ ରାତି ଅଧିଆ ଗିରଫ କରିଥିଲା । ପରେ ଆଜି ଦିନରେ ଛାଡିବା ପରେ ଘଟଣାକୁ ନେଇ ଥାନା ପରିସରରେ ହଟଗୋଳ ହୋଇଥିବା ଜଣାପଡ଼ିଛି ।ଏହାକୁ ନେଇ ସାରା ଅଞ୍ଚଳରେ ଚର୍ଚ୍ଚା ଜାର୍ ଧରିଛି ।
ସୂଚନାଯୋଗ୍ୟ, ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଧୋବଶିଳା ଉଦୟ ନାରାୟଣ ବିଦ୍ୟାପୀଠ (ହାଇସ୍କୁଲ)ରେ ସୁରେଶ କୁମାର ଦାସ ପ୍ରଧାନ ଶିକ୍ଷକ ଥିବା ବେଳେ ହଷ୍ଟେଲରେ ୩୦ ଜଣ ଛାତ୍ର ରହୁଥିବା ଦର୍ଶାଇବା ପରେ ସରକାର ସ୍କୁଲ ଏକାଉଣ୍ଟକୁ ଷ୍ଟାଇପେଣ୍ଡ ଟଙ୍କା ଦେଇଥିଲେ । ବିଶେଷ ସୂତ୍ରରୁ ଖବର ପାଇ ବିଭଗୀୟ ଅଧିକାରୀ ଅଚାନକ ପରିଦର୍ଶନ କରି ୨୨ ଜଣ ଛାତ୍ର ରହିଥିବା ଖାତାପତ୍ରରୁ ଜାଣିଥିଲେ । ହଷ୍ଟେଲରେ ପିଲା ଦେଖି ଅଧିକାରୀ ଫେରିବା ପରେ ୨୨ ଜଣ ଛାତ୍ରଙ୍କ ପାଇଁ ଷ୍ଟାଇପେଣ୍ଡ ଟଙ୍କା ପାଇଥିଲେ । ହେଲେ ବାସ୍ତବ କ୍ଷେତ୍ରରେ ପିଲାମାନେ ୨୨ ଜଣ ରହୁନଥିଲେ ।
ଅଧିକାରୀ ଆସିଲେ ହଷ୍ଟେଲରେ ରହୁଥିବା କହିବାକୁ ତତ୍କାଳୀନ ପ୍ରଧାନ ଶିକ୍ଷକ କହିଥିବାର କିଛି ଛାତ୍ର କହିଥିଲେ । ସେମାନେ ବାସ୍ତବ କ୍ଷେତ୍ରରେ ଘରେ ରହିଥିବା ବେଳେ ସ୍କୁଲ ଆସି କ୍ଳାସ କରନ୍ତି । ଷ୍ଟାଇପେଣ୍ଡ ଟଙ୍କା ଆସିଲେ ମାତ୍ର ୨୦୦ ଟଙ୍କା ଦେଇ ଆଉ ସବୁ ଟଙ୍କା ପୁର୍ବତନ ପ୍ରଧାନ ଶିକ୍ଷକ ସୁରେଶ କୁମାର ଦାସ ନେଇଯାଉଥିବା ଅଭିଯୋଗ ଉଠିଥିଲା ।
ଖାଲି ସେତକ ନୁହଁ କିଛି ଛାତ୍ରଙ୍କର ବ୍ୟାଙ୍କ ଏକାଉଣ୍ଟର ଖାତା ମଧ୍ୟ ସେ ନେଇ ଯାଇଥିବାର କୁହାଯାଉଛି । ଘଟଣା ବିଷୟରେ କିଛି ଅଭିଭାବକ ଓ କମିଟିର ସଦସ୍ୟ ଜାଣି ଅଭିଯୋଗ କଲେ ମଧ୍ୟ ସୁଫଳ ମିଳି ପାରୁନଥିଲା । ପରେ ଗ୍ରାମବାସୀଙ୍କ ସମେତ ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟ ଉପଜିଲ୍ଲାପାଳଙ୍କୁ ଅଭିଯୋଗ ପରେ ଏହାର ତଦନ୍ତ ହୋଇଥିଲା । ଉଚ୍ଚପଦସ୍ଥ ଅଧିକାରୀ ତଦନ୍ତ କରି ଅଭିଯୋଗର ସତ୍ୟତା ଥିବା ରିପୋର୍ଟ ମଧ୍ୟ ଦାଖଲ କରିଥିଲେ । ଏନେଇ ଥାନାରେ ୪୨୦,୪୦୩,୪୦୬ ଧାରାରେ ୯୮ ନମ୍ବର ମାମଲା ରୁଜୁହୋଇଥିଲା । ଗତକାଲି ମଧ୍ୟ ରାତ୍ରରେ ପୋଲିସ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ ଗିରଫ କରିଥିଲେ । ହେଲେ ଆଜି ଛାଡ଼ିଦେବାରୁ ହଟ୍ଟଗୋଳ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି ।
Comments are closed, but trackbacks and pingbacks are open.