ଟାଙ୍ଗିଆରେ ହାଣି ଜଣଙ୍କୁ ହତ୍ୟା

Get real time updates directly on you device, subscribe now.

ଟିକିରି,(ବି.ବି.ନୁ୍ୟଜ): ପୂର୍ବ ଶତ୍ରୁତାରୁ କାଶୀପୁର ବ୍ଲକ ଟିକିରି ଥାନା ବଡ ପୁକେଲ ଗାଁରେ ଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । ମୃତକ ହେଲେ ଗଜେନ୍ଦ୍ର ମାଝୀ(୪୫) । ଶୁକ୍ରବାର ରାତିରେ ଗାଁର ତିରୁ ମାଝୀ ଟାଙ୍ଗିଆରେ ଗଜେନ୍ଦ୍ରଙ୍କୁ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଖବରପାଇ ପୁଲିସ ଘଟଣାସ୍ଥ୍ରଳକୁ ଯାଇ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ତିରୁଙ୍କୁ ଥାନାରେ ଅଟକ ରଖାଯାଇ ପୁଲିସ ପଚରାଉଚରା ଚଳାଇଥିବା ଆଇଆଇସି ବନ୍ଦନା ନାୟକ ସୂଚନା ଦେଇଛନ୍ତି । ଶବ ସହ ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ପୁଲିସ ଜବତ କରିଛି । କାଶୀପୁର ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ ପରେ ପରିବାରକୁ ଶବ ହସ୍ତାନ୍ତର କରାଯାଇଛି । ଏନେଇ ଥାନାରେ ୨୯/୨୧ରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି । ଏସଆଇ ବିକାଶ ପ୍ରଧାନ ଏହି ଘଟଣାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons