କୋରାପୁଟ,(ବି.ବି.ନୁ୍ୟଜ୍):କୋରାପୁଟ ଜିଲ୍ଲା ପ;ାଙ୍ଗି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର(ଟିଏମସି)ରେ ବୁଧବାର ଜଣେ ମହିଳାଙ୍କ ସନେ୍ଦହଜନକ ମୃତୁ୍ୟ ହୋଇଛି । ମହିଳାଜଣକ ଆନ୍ଧ୍ରରୁ ଫେରି ଟିଏମସିରେ କ୍ୱାରେଣ୍ଟାଇନ୍ ରହିଥିଲେ । ତାଙ୍କଠାରେ କରୋନାର କୌଣସି ପ୍ରକାର ଲକ୍ଷଣ ନଥିବାରୁ ପରୀକ୍ଷା ପାଇଁ ସ୍ୱାବ ସଂଗ୍ରହ ହୋଇ ନଥିଲା । ଘଟଣା ପରେ ଜିଲ୍ଲା ପ୍ରଶାସନ ଶବ ଜବତ କରିଛି । ବ୍ୟବଚ୍ଛେଦ ପାଇଁ ମୃତଦେହକୁ ସ୍ଥାନୀୟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମକରନ୍ଦ ବେଉରା କହିଛନ୍ତି । ଏହି ମହିଳା ପଟ୍ଟାଙ୍ଗି ବ୍ଲକ ନୂଆଗାଁ ପଞ୍ଚାୟତ କର୍ତ୍ତଲମାଉଡ଼ି ଗାଁର କସମା ଖରାଙ୍କ ପନôୀ ଦେଓ ଖରା ଜଣାପଡିଛି ।
ସୂଚନା ଅନୁସାରେ, କସମା ଓ ଦେଓ ତିନିବର୍ଷ ତଳେ ଆନ୍ଧ୍ରପ୍ରଦେଶର ସାଲୁର ନିକଟ କନାବାଲସା ଇଟାଭାଟିରେ କାମ କରିବାକୁ ଯାଇଥିଲେ । ଦମ୍ପତିଙ୍କ ସହ ଦୁଇ ଝିଅ ଓ ଜଣେ ପୁଅ ରହିଥିଲେ । କସମା ଓ ଦେଓ ଗତ ୩ ବର୍ଷ ହେଲା ସେଠାରେ ରହି କାମ କରୁଥିଲେ । ଗତ ମାସ ୨୪ ରେ ଏମାନେ ନିଜ ଗାଁ କର୍ତ୍ତଲମାଉଡ଼ି ଆସିଥିଲେ । ନୂଆଗାଁ ପଞ୍ଚାୟତର ଏକ କୋଠାରେ ପ୍ରଥମେ କ୍ୱାରେଣ୍ଟାଇନ୍ ରହିଥିଲେ । ଗତ ମଙ୍ଗଳବାର ଅପରାହ୍ଣରେ ପଟ୍ଟାଙ୍ଗିସ୍ଥିତ ଗାଙ୍ଗେଶ୍ୱରୀ ମହାବିଦ୍ୟାଳୟ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଏମାନଙ୍କୁ ସ୍ଥାନାନ୍ତର କରାଯାଇଥିଲା । ସେହିଦିନ ରାତିରେ ଦେଓ, କସମା, ଦୁଇ ଝିଅ ଓ ପୁଅ ଖାଇବା ପରେ ଶୋଇଥିଲେ । ବୁଧବାର ସକାଳେ ଦେଓ ଶୌଚ ସାରି ପୁଣି ଶୋଇବାକୁ ଯାଇଥିଲେ । କିଛି ସମୟ ପରେ କସମା ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ । ଦେଓ ଆଉ ଉଠି ନଥିଲେ । ଶୋଇବା ସ୍ଥାନରେ ତାଙ୍କର ମୃତୁ୍ୟ ହୋଇ ଯାଇଥିଲା । ତୁରନ୍ତ କସମା ପ;ାଙ୍ଗି ଟିଏମସି ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଜଣାଇ ଥିଲେ । ସୂଚନା ପାଇ ପଟ୍ଟାଙ୍ଗି ଡ଼ାକ୍ତର ଭଗବତ ମୁର୍ମୁଙ୍କ ସହ ଏକ ସ୍ୱାସ୍ଥ୍ୟ ଟିମ୍, ବିଡ଼ିଓ ମୋନାଲିସା ଦେବତା, ପଟ୍ଟାଙ୍ଗି ଆଇଆଇସି ବିଜୟରାଜ ମାଝି, ପଟ୍ଟାଙ୍ଗି ଭାରପ୍ରାପ୍ତ ତହସିଲଦାର ମହାଦେବ ଭତ୍ରା ପ୍ରମୁଖ ଟିଏମସିରେ ପହଞ୍ଚି ଥିଲେ । ଏଠାରେ ସ୍ଥିତି ଅନୁଧ୍ୟାନ କରିଥିଲେ । ପରେ ଶବ ବ୍ୟବଚ୍ଛେଦ ପାଇଁ ମେଡ଼ିକାଲ ପଠାଇବାକୁ ଆମ୍ବୁଲାନ୍ସ ବ୍ୟବସ୍ଥା କରିଥିଲେ ।
ସୂଚନାଯୋଗ୍ୟ, ଦେଓଙ୍କଠାରେ କରୋନାର କୌଣସି ଲକ୍ଷଣ ନଥିଲା । ଏଥିପାଇଁ ପରୀକ୍ଷା କରିବାକୁ ତାଙ୍କ ସ୍ୱାବ ସଂଗ୍ରହ କରାଯାଇ ନଥିଲା । କେବଳ ଟିଏମସିରେ ରହିଥିବାବେଳେ ଏହି ଅଘଟଣା ଘଟିଛି । ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଅନୂକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଇଥିବା ଜିଲ୍ଲା ଜରୁରୀ ବିଭାଗ ଅଧିକାରୀ ଜ୍ଞାନଜିତ ପଟ୍ଟନାୟକ କହିଛନ୍ତି ।
Comments are closed, but trackbacks and pingbacks are open.