ସୋନପୁର,(ବି.ବି.ନୁ୍ୟଜ୍): ନିଶା ବ୍ୟବସାୟୀମାନେ ପୋଲିସ ଆଖିରେ ଧୂଳି ଦେବା ପାଇଁ ଭିନ୍ନ ଭିନ୍ନ ତରିକା ଆପଣାଉଛନ୍ତି । କେତେବେଳେ ମାଛ ପାଟିରେ ଗଞ୍ଜେଇ ଚଲାଣ କରୁଛନ୍ତି ତ ଆଉ କେତେବେଳେ ମାଲବାହୀ ଗାଡ଼ିରେ ଗଞ୍ଜେଇ ଚାଲାଣ କରୁଛନ୍ତି । ଏପରି ସମାନ ଘଟଣା ସୁବର୍ଣ୍ଣପୁର ଜିଲ୍ଲାରେ ଦେଖିବାକୁ ମିଳିଛି । ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ହରଡଖୋଲ ଛକରୁ ଟ୍ରକରୁ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୨୦ଲକ୍ଷ ଟଙ୍କା ହେବ । ଏହି ଘଟଣାରେ ପୋଲିସ ଟ୍ରକ ଡ୍ରାଇଭର ଓ ହେଲପରଙ୍କୁ ଗିରଫ କରଛି । ମିଳିଥିବା ଅସୂଚନା ଅନୁସାରେ ଏକ ଟ୍ରକରେ ବୌଦ୍ଧ ଜିଲ୍ଲାରୁ ଆନ୍ଧ୍ରପ୍ରଦେଶକୁ ଗଞ୍ଜେଇ ଚାଲାଣ ହେଉଥିବା ସୋନପୁର ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା । ଆଜି ସକାଳେ ପୋଲିସ ଗାଡ଼ିକୁ ପିଛା କରି ହରଡଖୋଲ ଛକରେ ଟ୍ରକକୁ ଅଟକାଇଥିଲା । ଯାଞ୍ଚ ପରେ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଥିଲା ।
Comments are closed, but trackbacks and pingbacks are open.