ଟ୍ରକ ଆଗକୁ ଡେଇଁ ପଡ଼ିଲେ ଯୁବକ

Get real time updates directly on you device, subscribe now.

ସୋର,(ବି.ବି.ନୁ୍ୟଜ୍): ମର୍ଣ୍ଣିଂ ୱାର୍କ କରୁଥିବା ବେଳେ ଟ୍ରକ ଆଗକୁ ଡେଇ ପଡିଲେ ଯୁବକ । ଏପରି ଅଭାବନୀୟ ଘଟଣା ଆଜି ଭୋରରୁ ବାଲେଶ୍ୱର ଜିଲ୍ଲା ସୋର ଉତ୍ତରେଶ୍ୱର ନିକଟରେ ଘଟିଛି । ଯୁବକଙ୍କ ପରିଚୟ ମିଳି ନଥିବା ବେଳେ ଆତ୍ମହତ୍ୟା କାରଣ ମଧ୍ୟ ଜଣାପଡି ନାହିଁ । ସୂଚନାଯୋଗ୍ୟ, ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ସୋର ଉତ୍ତରେଶ୍ୱର ନିକଟରେ ଆଜି ସକାଳେ କିଛି ଲୋକ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ସେମାନଙ୍କ ସହ ଉକ୍ତ ଯୁବକ ମଧ୍ୟ ଚାଲୁଥିଲେ । କିଛି ବାଟଯିବା ପରେ ସେ ବସି ପଡିଥିଲେ । ଏହାପରେ ଦ୍ରୁତ ଗତିରେଆସୁଥିବା ଏକ ଟ୍ରକ ଆଗକୁ ଡେଇ ପଡିଥିଲେ । ଘଟଣାସ୍ଥଳରେ ଯୁବକଙ୍କର ମୃତୁ୍ୟ ଘଟିଥିଲା । ମର୍ଣ୍ଣିଂ ୱାକ୍ କରୁଥିବା ଲୋକେ ଏନେଇ ସୋର ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରି ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଯୁବକଙ୍କ ପରିଚୟ ମିଳିପାରିନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons